ଦେଶ ବିଦେଶ ସ୍ୱାସ୍ଥ୍ୟ

ବିହାରରେ ଟିକା ନେଇଛନ୍ତି ମୋଦି, ଶାହ, ସୋନିଆ, ପ୍ରିୟଙ୍କା ଓ ଅକ୍ଷୟ କୁମାର! ହେଲଥ ସେଣ୍ଟରରେ ଟିକା ତାଲିକାରେ ରହିଛି ନା

ବିହାର ୦୭/୧୨: ସାରା ଦେଶରେ କରୋନାକୁ ମାତ ଦେବାକୁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ଭିତରେ ଦେଶରେ ନୂଆ ମ୍ୟୁଟାଣ୍ଟକୁ ନେଇ ଚହଳ ପଡିଛି । ହେଲେ ସେପଟେ ବିହାରରେ ଭାକିନେସନ ନାଁରେ ନଜର ଆସିଛି ମଜାଦାର ଘଟଣା । ଅରଓ୍ୱଲ୍ ଜିଲ୍ଲାରେ କରୋନା ଯାଞ୍ଚ ନାଁରେ ବ୍ୟାପକ ଅବହେଳା ହୋଇଥିବା ଦେଖାଦେଇଛି । ଜିଲ୍ଲାରେ ଥିବା କର୍ପୀ ସମୁଦାୟିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପୋର୍ଟାଲରେ ଅପଲୋଡ ହୋଇଥିବା ଲିଷ୍ଟରେ ଏମିତି କିଛି ନାଁ ରହିଛି ଯେ ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ପୋର୍ଟାଲରେ ଆରଟିପିସିଆର ଟେଷ୍ଟ ଏବଂ ଭାକସିନ ନେଇଥିବା ଲୋକଙ୍କ ମଧ୍ୟରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ, ସୋନଆ ଗାନ୍ଧି । କେବଳ ଏମାନେ ନୁହଁନ୍ତି ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଅଛନ୍ତି । ସୋସିଆଲ ମିଡିଆରେ ଏହି ଘଟଣା ଭାଇରାଲ ହେବା ପରେ ଦୁଇଜଣ କମ୍ପ୍ୟୁଟର ଅପରେଟରଙ୍କୁ ନିଲମ୍ବନ କରାଯାଇଛି ।

କର୍ପି କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି । ଅରୱଲ ଜିଲ୍ଲା ମାଜିଷ୍ଟ୍ରେଟ୍‌ ଜେ ପ୍ରିୟଦର୍ଶିନୀ କହିଛନ୍ତି, ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାହା ଦ୍ୱାରା ଏହି ତଥ୍ୟ ଜାଲିଆତି ହୋଇଛି, ତାହା ଜଣାପଡ଼ିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ । ଘଟଣାକୁ ନେଇ ମାମଲା ବି ରୁଜୁ ହେବ । ତେବେ ଆମେ ଟେଷ୍ଟିଙ୍ଗ୍‌ ଏବଂ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିଛୁ ।

କେବଳ କର୍ପି ନୁହେଁ, ଅନ୍ୟ ବ୍ଲକ୍‌ଗୁଡ଼ିକୁ ବି ଫୋକସ୍‌ କରାଯାଇଛି । ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ନିରୀକ୍ଷଣ କରାଯିବା ବେଳେ ଏହି ଘଟଣା ସାମ୍ନାକୁ ଆସିଛି । ଘଟଣା ବାବଦରେ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ ଜିଲ୍ଲାପାଳ ପ୍ରିୟଦର୍ଶିନୀଙ୍କ ସହିତ କଥା ହେବା ସହ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ