ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବିହାରରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଏସ୍‌କର୍ଟ ଗାଡ଼ି ଓଲଟି ପୁଲିସ ଆହତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ: ରବିବାର ରାତିରେ ବକ୍ସର୍‌ରୁ ପାଟନା ଯିବା ବାଟରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କ ଗାଡ଼ି ସହ ଯାଉଥିବା ଗୋଟାଏ ପୁଲିସ ଜିପ୍ ଓଲଟିପଡ଼ିବାରୁ କେତେ ଜଣ ପୁଲିସ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଡୁମରାଓ ଅନ୍ତର୍ଗତ ମଠୀଲା-ନାରାୟଣପୁର ରାସ୍ତାରେ ଗୋଟାଏ ଖାତରେ ପଡ଼ି ଓଲଟି ପଡ଼ିଥିବା ଜିପ୍‌ରେ କିଛି ପୁଲିସ ଅଧିକାରୀ ଥିଲେ। କିନ୍ତୁ, ଏହି ଦୁର୍ଘଟଣାରୁ ମନ୍ତ୍ରୀ ଚୌବେ ବର୍ତ୍ତିଯାଇଛନ୍ତି। ନିକଟରେ ଥିବା ଡୁମରାଓ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଆହତମାନଙ୍କର ଚିକିତ୍ସା ଚାଲିଛି। ଗୁରୁତର ଆହତ ହୋଇଥିବା ୨ଜଣ ପୁଲିସ ଅଧିକାରୀଙ୍କୁ ପାଟନାସ୍ଥିତ ‘ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ’କୁ ସ୍ଥାନାନ୍ତର କରାଯାଇଛି।

ସାମାଜିକ ଗଣମାଧ୍ୟମ ‘ଟୁଇଟର୍‌’ରେ ମନ୍ତ୍ରୀ ଚୌବେ ସେୟାର୍‌ କରିଥିବା ଦୁର୍ଘଟଣା ସମୟର ଭିଡିଓରେ ଦେଖାଯାଉଛି ଯେ, ସେ ନିଜେ ମଧ୍ୟ ଓଲଟି ପଡ଼ିଥିବା ଜିପ୍‌ଟିକୁ ଦେଖୁଛନ୍ତି ଓ ଆହତ ପୁଲିସ କର୍ମଚାରୀମାନଙ୍କୁ ଡାକ୍ତରଖାନା ନେବା ପାଇଁ ଅନ୍ୟ ପୁଲିସମାନଙ୍କୁ କହୁଛନ୍ତି।

‘ଟୁଇଟର୍‌’ରେ ମନ୍ତ୍ରୀ ଚୌବେ କହିଛନ୍ତି, ବକ୍ସର୍‌ରୁ ପାଟନା ଯିବା ବାଟରେ ‘କାର୍‌କେଡ୍‌’ରେ ଯାଉଥିବା କୋରାନ୍‌ସରାଇ ଥାନାର କାର୍‌ ଡୁମରାଓ ଅନ୍ତର୍ଗତ ମଠୀଲା-ନାରାୟଣପୁର ରାସ୍ତାରେ ଥିବା କେନାଲ୍‌ ପୋଲରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରଭୁ ଶ୍ରୀରାମଙ୍କ କୃପାରୁ ସମସ୍ତେ ଭଲ ଅଛନ୍ତି। ଆହତ ପୁଲିସ କର୍ମଚାରୀ ଓ ଡ୍ରାଇଭର୍‌ଙ୍କୁ ନେଇ ଡୁମରାଓ ସଦର ହସ୍ପିଟାଲ୍‌କୁ ଯାଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ