ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିସିସିଆଇକୁ ଚେକ୍ ଦେବ ପିସିବି ! ଜୟ ଶାହଙ୍କ ନିଷ୍ପତ୍ତିକୁ ଆଇସିସିରେ କରିବ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ ୨୫/୦୬: ପାକିସ୍ତାନ କ୍ରିକେଟ୍ ବୋର୍ଡ ବିସିସିଆଇକୁ ଚେକ୍ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛି । ନିକଟରେ ବିସିସିଆଇ ସମ୍ପାଦକ ଜୟ ଶାହ ଦେଇଥିବା ମନ୍ତବ୍ୟକୁ ନେଇ ପିସିବି ବିସିସିଆଇକୁ ଘେରିବା ପାଇଁ ଆଗକୁ ବଢିଛନ୍ତି ରମିଜ ରାଜା । ଜୟ ଶାହ କହିଥିଲେ ଯେ, ଆସନ୍ତା ବର୍ଷା ଆଇପିଏଲ ଅଢେଇ ମାସ ଧରି ଚାଲିବ । ଏଥିପାଇଁ ଆଇସିସିର ଫ୍ୟୁଚର୍ ଟୁର୍ ପ୍ରୋଗ୍ରାମ୍ ଅଢେଇ ମାସ ପ୍ରଭାବିତ ହୋଇପାରେ ।

ଏବେ ପିସିବି ଜୟ ଶାହଙ୍କ ଏହି ଯୋଜନାକୁ ଆଇସିସିରେ ଚ୍ୟାଲେଞ୍ଜ୍ ଦେବାକୁ କସରତ ଆରମ୍ଭ କରିଛି । ବୋର୍ଡ ମୁଖ୍ୟ ରମିଜ ରାଜା କହିଛନ୍ତି ଯେ, ଏବେସୁଦ୍ଧା ଆଇପିଏଲ ସମୟ ବଢାଇବା ପାଇଁସମୟ ଚୂଡାନ୍ତ ହୋଇନି । ସେ ଆଇସିସି କନଫରେନ୍ସରେ ଏ ପ୍ରସଙ୍ଗ ଉଠାଇବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି ବିଶ୍ୱ କ୍ରିକେଟରେ ଏପରି କିଛି ହେଉଛି ତେବେ ପାକିସ୍ତାନକୁ ହେୟଜ୍ଞାନ କରାଯାଉଛି । ଏହାକୁ ସେମାନେ ଜୋରଦାର ଚ୍ୟାଲେଞ୍ଜ କରିବେ । ଆଇସିସିରେ ନିଜର ମତକୁ ଦୃଢ ଭାବେ ପରିବେଷଣ କରିବେ ।

ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ଏମିତି କହିଲେ ରାଜା

ରମିଜ୍ କହିଛନ୍ତି ଯେ, ପାକିସ୍ତାନ ଟିମ୍ ଇଣ୍ଡିଆ ସହ କ୍ରିକେଟ୍ ଖେଳିବାକୁ ଇଚ୍ଛୁକ ରହିଛି । ଏ ପ୍ରସଙ୍ଗରେ ସେ ସୌରଭ ଗାଙ୍ଗୁଲିଙ୍କ ସହ କଥା ହୋଇଛନ୍ତି । ଏବେ ଦେଶର ତିନିଜଣ ପୂର୍ବତନ କ୍ରିକେଟର ବୋର୍ଡ ସମ୍ଭାଳୁଛନ୍ତି । ଯଦି ସେମାନେ ମ୍ୟାଚ୍ ଆୟୋଜନ କରିପାରିବେ ନାହିଁ ତେବେ କିଏ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି ।

ଆଇପିଏଲ ଓ୍ୱିଣ୍ଡୋ ନେଇ କଣ କହିଥିଲେ ଜୟ ଶାହ

ଜୟ ଶାହ କହିଥିଲେ ଯେ, ଆଗାମୀ ବର୍ଷ ଆଇପିଏଲ ଅଢେଇ ମାସ ଧରି ଖେଳାଯିବ । ଏହାକୁ ଆଇସିସି ନିଜ କ୍ୟାଲେଣ୍ଡରରେ ସାମିଲ କରିବାକୁ ପ୍ରୟାସ କରାଯାଉଛି । ଏହାଦ୍ୱାରା ଅଧିକ ଅନ୍ତରାଷ୍ଟ୍ରୀୟ ଖେଳାଳି ସାମିଲ ହୋଇପାରିବେ ବୋଲି ସେ କହିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ