ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବିଷ ବିକି ଲକ୍ଷପତି : ୭୦ ଲକ୍ଷ ଟଙ୍କାରେ ବିକନ୍ତି ଏକ ଗ୍ରାମ ବିଷ

ନୂଆଦିଲ୍ଲୀ ୦୯/୧୨ : ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନଙ୍କ ସଉକ ନିଆରା। ଏହି ନିଆରା ସଉକ ବି ସେମାନଙ୍କୁ ଭିନ୍ନ ଏକ ପରିଚୟ ଦେଇଥାଏ। କିଛି ଲୋକ ନିଜର ଏହି ନିଆରା ସଉକ ବଳରେ ଟଙ୍କା ରୋଜଗାର କରି ଲକ୍ଷପତି ମଧ୍ୟ ହୋଇଥାନ୍ତି। ଏମିତି ଜଣେ ଯୁବକ ହେଲେ ୨୫ ବର୍ଷ ବୟସ୍କ ମହମ୍ମଦ ହାମ୍ଦି ବୋଷ୍ତା। ମିଶରରେ ରହୁଥିବା ମହମ୍ମଦ ବିଛାର ବିଷ ବିକନ୍ତି। ତାଙ୍କର ଏହାହିଁ ଅଜବ ସଉକ ଦିନେ ତାଙ୍କୁ ଲକ୍ଷପତି କରିଦେବ ତାହା ସେ ନିଜେ ବି କେବେ ଭାବିନଥିଲେ। ଏକ ଗ୍ରାମ ବିଷ ପାଇଁ ତାଙ୍କୁ ପାଖାପାଖି ୭୩ ଲକ୍ଷ ଟଙ୍କା ମିଳିଥାଏ।

ମିଶର ମରୁଭୂମି ଓ ତଟବର୍ତ୍ତୀ ଅଞ୍ଚଳରେ ବିଛା ଧରିବା ସଉକ ଯୋଗୁଁ ମହମ୍ମଦ ଆର୍କିଓଲୋଜିରେ ସ୍ନାତକ ପଢା ଛାଡିଦେଇଥିଲେ। ବିଛା ଧରି ସେ ତାଙ୍କର ବିଷ ବାହାର କରନ୍ତି। ଏହି ବିଷ ଔଷଧ ତିଆରି ପାଇଁ ବ୍ୟବହୃତ ହୁଏ।

୨୫ ବର୍ଷ ବୟସରେ ମହମ୍ମଦ ‘କାୟରୋ ଭେନୋମ କମ୍ପାନୀ’ର ମାଲିକ। ଏହା ଏମିତି ଏକ ପ୍ରକଳ୍ପ ଯେଉଁଥିରେ ୮୦ ହଜାରରୁ ଅଧିକ ପ୍ରଜାତିର ବିଛା ଓ ସାପ ରଖାଯାଇଥାଏ। ଏହି ସାପ ଓ ବିଛାର ବିଷ ବାହାର କରି ଔଷଧ ତିଆରି କରୁଥିବା କମ୍ପାନୀକୁ ବିକ୍ରି କରାଯାଏ।

Stored venom of scorpions that Mohamed Hamdy Boshta hunted from Egyptian deserts and shores to extract their prized venom for medicinal use, are seen at his company Cairo Venom Company, a project housing thousands scorpions in various farms across the country, in Cairo, Egypt December 6, 2020. Picture taken December 6, 2020. REUTERS/Mohamed Abd El Ghany

ୟୁବିହି ଲାଇଟ ବା ଅଲ୍ଟ୍ରାଭାଓଲେଟ ଲାଇଟ ସାହାଯ୍ୟରେ ବିଛାର ବିଷ ବାହାର କରିବାକୁ ହାଲୁକା ଇଲେକ୍ଟ୍ରିକ ଶକ ଦିଆଯାଇଥାଏ। କରେଣ୍ଟ ଲାଗିବା ପରେ ବିଛାର ବିଷ ବାହାରି ଯାଇଥାଏ। ଏହି ବିଷକୁ ସଂଗ୍ରହ କରି ଷ୍ଟୋର କରାଯାଇଥାଏ।

ରାଇଟର୍ସର ରିପୋର୍ଟ ଅନୁଯାୟୀ, ବିଛାର ଏକ ଗ୍ରାମ ବିଷରୁ ପାଖାପାଖି ୨୦ ହଜାରରୁ ୫୦ ହଜାର ଯାଏଁ ବିଷରୋଧକ ଡୋଜ ତିଆରି କରାଯାଇପାରେ। ବିଷରୋଧକ ତିଆରି କଲାବେଳେ ବିଛାର ବିଷର ମାତ୍ରା ନେଇ ସତର୍କ ରହିବାକୁ ପଡିଥାଏ। ମହମ୍ମଦ ଏହି ବିଷ ଆମେରିକା ୟୁରୋପକୁ ସପ୍ଲାଏ କରନ୍ତି। ସେଠାରେ ବିଷରୋଧକ ଏବଂ ହାଇପରଟେନ୍ସନ ଭଳି ରୋଗର ଔଷଧ ତିଆରି ପାଇଁ ଏହି ବିଷ ବ୍ୟବହାର କରାଯାଇଥାଏ। ଏକ ଗ୍ରାମ ବିଛା ବିଷ ବିକିଲେ ତାଙ୍କୁ ୧୦ ହଜାର ଆମେରିକୀୟ ଡଲାର ବା ପାଖାପାଖି ୭୩ ଲକ୍ଷ ଟଙ୍କା ମିଳିଥାଏ।


ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରୋବେସନର ଏକ ରିପୋର୍ଟ ଅନୁଯାୟୀ, ଆମେରିକାରେ ପ୍ରତି ବର୍ଷ ପାଖାପାଖି ୮୦ ହଜାର ଲୋକଙ୍କୁ ବିଷାକ୍ତ ବିଛା ଓ ସାପ କାମୁଡି ଦିଅନ୍ତି। ବିଷଧର ସାପ ଓ ବିଛା କାମୁଡିବା ପରେ ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। କିନ୍ତୁ ଦୁର୍ଭାଗ୍ୟବଶତଃ ଆଣ୍ଟିଭେନମ ଡ୍ରଗ୍ସ ବା ବିଷରୋଧକ ବଜାରରେ ଏତେ ମାତ୍ରାରେ ଉପଲବ୍ଧ ନଥାଏ। ସେଥିପାଇଁ ଏହି ଔଷଧର ଦାମ ମଧ୍ୟ ବହୁତ ଅଧିକ।

ବିଷାକ୍ତ ଜୀବ କାମୁଡିବା ଦ୍ୱାରା ମଣିଷ ଶରୀରରେ ଥିବା କୋଷ ନଷ୍ଟ ହୋଇଯାଇଥାଏ। ଯାହାଫଳରେ ହ୍ୟାମରେଜ ହେବାର ଆଶଙ୍କା ରହିଥାଏ। ଏହି ବିଷ ଏତେ ବିଷାକ୍ତ ହୋଇଥାଏ ଯେ ମାତ୍ରା କିଛି କ୍ଷଣରେ ମଣିଷର ମୃତ୍ୟୁ ହୋଇଯାଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ