ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଷ ଜାଲରେ ସଫା ହୋଇଗଲା ପୁରା ପରିବାର: ସପ୍ତାହକ ମଧ୍ୟରେ ମୂଳପୋଛ ହୋଇଗଲା ଅର୍ଜୁନଙ୍କ ପରିବାର

ସୋହେଲା: ବରଗଡ଼ ଜିଲ୍ଲା ସୋହେଲାରେ ରବିବାର ଗୋଟିଏ ପରିବାରର ତିନି ଜଣ ସଦସ୍ୟ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଗତକାଲି ଭାଇ, ଭଉଣୀଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ମାଙ୍କର ମୃତ୍ୟୁ ହୋଇଯାଇଛି | ଘର ମୁଖିଆଙ୍କ ମୃତ୍ୟୁ ପରେ ମର୍ମାହତ ହୋଇ ପରିବାରର ସଦସ୍ୟ ବିଷପାନ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ଆଉ ଗତକାଲି ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଆଜି ଘରର ବର୍ତମାନ ମୁଖ୍ୟ ଥିବା ମହିଳାଙ୍କର ମୃତ୍ୟୁ ହୋଇଯାଇଛି |ସୋହେଲା ମାଷ୍ଟରପଡ଼ାର ଅର୍ଜୁନ ସାହୁ ସୋହେଲାରେ ଏକ କଂସାବାସନ ଦୋକାନ ଦେଇ ନିଜ ପରିବାର ପୋଷଣ କରୁଥିଲେ। ପତ୍ନୀ କୁମୁଦିନୀ (୫୦), ପୁଅ ବଂଶୀଧର (୨୫) ଓ ଝିଅ ସୁବର୍ଣ୍ଣା (୨୩)ଙ୍କୁ ନେଇ ତାଙ୍କ ଛୋଟିଆ ସଂସାର।

ଅର୍ଜୁନ ତାଙ୍କ ଏକମାତ୍ର ଝିଅ ସୁବର୍ଣ୍ଣାଙ୍କୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବାହା ଦେଇଥିଲେ। କୌଣସି କାରଣରୁ ଝିଅ ସୁବର୍ଣ୍ଣା ଶ୍ୱଶୁର ଘର ଛାଡ଼ି ଆସି ସୋହେଲାରେ ତାଙ୍କ ବାପାଙ୍କ ଘରେ ନିଜ ୨ବର୍ଷର ଛୋଟ ଝିଅ ସହିତ ରହି ଆସୁଥିଲେ। ଗତ ୬ ତାରିଖ ଦିନ ଘରର ମୁଖିଆ ଅର୍ଜୁନଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ଭବିଷ୍ୟତ କଥା ଚିନ୍ତା କରି ପରିବାର ଲୋକେ ମାନସିକ ଚାପରେ ଥିଲେ। ରବିବାର ସକାଳେ ଘର କବାଟ ବନ୍ଦ ଥିଲା। ଘରୁ କୀଟନାଶକର ଦୁର୍ଗନ୍ଧ ବାହାରୁଥିବା ଜାଣି ତୁରନ୍ତ ପଡ଼ାବାସୀ, ସୋହେଲାର କିଛି ସ୍ୱେଚ୍ଛାସେବୀ ଓ ପୁଲିସ ମିଶି କବାଟ ଭାଙ୍ଗି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋହେଲା ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଗଲା। ଦୁଇ ଭାଇ ଓ ଭଉଣୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ଆଜି ମାଙ୍କ ଜୀବନ ଚାଲିଯାଇଛି |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।