ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଶ୍ୱବାସୀଙ୍କୁ ମିଳିଲା ପ୍ରଥମ କରୋନା ବଟିକା, ଏହାକୁ ଖାଇବା ପରେ ମୃତ୍ୟୁ ଆଶଙ୍କା ବହୁତ କମ୍

ନୂଆଦିଲ୍ଲୀ: ଶେଷରେ ବିଶ୍ୱବାସୀଙ୍କୁ ମିଳିଛି ପ୍ରଥମ କରୋନା ବଟିକା । କରୋନା ବିପକ୍ଷରେ ଲଢ଼େଇ ପାଇଁ ଏହା ଏକ ନୂଆ ଅସ୍ତ୍ର ଭାବେ କାର୍ଯ୍ୟ କରିବ । ବ୍ରିଟେନରେ ଏହାକୁ ବ୍ୟବହାର ନେଇ ଅନୁମତି ମିଳିସାରିଥିବା ବେଳେ ଖୁବଶୀଘ୍ର ଆମେରିକାରେ ଏହାକୁ ସ୍ୱୀକୃତି ଦିଆଯିବ । କୋଭିଡ୍ ଲକ୍ଷଣ ଦେଖାଦେବାର ୫ ଦିନ ମଧ୍ୟରେ ଏହାକୁ ଖାଇବାକୁ ପଡ଼ିବ । ସ୍ୱଳ୍ପରୁ ମଧ୍ୟମ ଧରଣର ଲକ୍ଷଣ ଥିଲେ ହୋମ ଆଇସୋଲେସନରେ ଥିବା ରୋଗୀମାନଙ୍କୁ ଦିନକୁ ଦୁଇଥର ୫ ଦିନ ପର୍ଯ୍ୟନ୍ତ ଏହାକୁ ଖାଇବାକୁ ପଡ଼ିବ । ଆମେରିକାର ଡ୍ରଗ କମ୍ପାନୀ ମର୍କ, ଶାର୍ପ ଓ ଡୋହମେ (ଏମଏସଡି) ଏବଂ ରିଜବ୍ୟାକ୍ ବାୟୋଥେରାପିଉଟିକ୍ସ ମିଳିତ ଭାବେ ଏହି ବଟିକାକୁ ପ୍ରସ୍ତୁତ କରିଛନ୍ତି । ତେବେ ଚଳିତ ମାସରେ ବ୍ରିଟେନ ୪ ଲକ୍ଷ ୮୦ ହଜାର କୋର୍ସ କିଣିବା ପାଇଁ ରାଜି ହୋଇଥିବା ବେଳେ ଏହାର ବିତରଣ ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯିବ ।

ତେବେ ଆମେରିକା ସହ ୟୁରୋପ ଓ ଅନ୍ୟ କିଛି ଦେଶ ଏହି ବଟିକାର ସମୀକ୍ଷା କରୁଛନ୍ତି । ଏହାର କାର୍ଯ୍ୟକାରିତା ଓ ସୁରକ୍ଷା ନେଇ ଚଳିତ ମାସରେ ଆମେରିକାର ଖାଦ୍ୟ ଓ ଔଷଧ ବିଭାଗ ପକ୍ଷରୁ ଏକ ବୈଠକର ଆୟୋଜନ କରାଯିବ । ତେବେ ଏହି ବଟିକା ମେଡିକାଲର କାର୍ଯ୍ୟଭାର ହ୍ରାସ କରିବା ସହ ଗରିବ ଦେଶରେ ସଂକ୍ରମଣକୁ ରୋକିବା ଦିଗରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି । ମଲନୁପିରାଭିର ହେଉଛି କରୋନାର ପ୍ରଥମ ଔଷଧ, ଯାହାକୁ କି ରୋଗୀମାନେ ପାଟିରେ ଖାଇପାରିବେ । ଏହା ଆକ୍ରାନ୍ତଙ୍କ ମୃତ୍ୟୁ ଆଶଙ୍କାକୁ ଅଧା କରିଦେବ ବୋଲି କ୍ଲିନିକାଲ ଟେଷ୍ଟରୁ ସ୍ପଷ୍ଟ ହୋଇଛି । ପୂର୍ବରୁ ମହାମାରୀକୁ ହରାଇବା ପାଇଁ ଭ୍ୟାକ୍ସିନ ଏକମାତ୍ର ଉପାୟ ଥିବାବେଳେ ଏବେ ଆଉ ଏକ କରୋନା ଅସ୍ତ୍ର ଆସିଯାଇଛି । ଏହି ଔଷଧ କରୋନାକୁ ମାତ୍ ଦେବାରେ ସକ୍ଷମ ହୋଇପାରିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ