ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ୱକପ୍‌ରେ ବିଶ୍ୱ ରେକର୍ଡ; ପ୍ରଥମ ମହିଳା କ୍ରିକେଟର ଭାବେ ଦିନିକିଆରେ ନେଲେ ୨୫୦ ୱିକେଟ୍

ନୂଆଦିଲ୍ଲୀ: ବିଶ୍ୱକପ୍‌ରେ ବିଶ୍ୱ ରେକର୍ଡ। ଆଇସିସି ମହିଳା ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଇତିହାସ ରଚୁଛନ୍ତି ଭାରତ ଦ୍ରୁତ ବୋଲର ଝୁଲଣ ଗୋସ୍ୱାମୀ। ପ୍ରଥମେ ବିଶ୍ୱକପ୍‌ରେ ସର୍ବାଧିକ ୱିକେଟ୍ ନେଇଥିବା ପ୍ରଥମ ମହିଳା କ୍ରିକେଟର ହେବାର ଗୌରବ ଅର୍ଜନ କେଲେ, ଆଉ ଏବେ ଦିନିକିଆରେ ୨୫୦ ୱିକେଟ୍ କ୍ଲବ୍‌ରେ ସାମିଲ୍ ହେଲେ।

ମହିଳା ବିଶ୍ୱକପ୍‌ରେ ଆଜି ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳୁଥିବା ବେଳେ ଏହି ସଫଳତା ହାସଲ କରିଛନ୍ତି ଝୁଲଣ। ଇଲଂଣ୍ଡର ଓପନର ବ୍ୟାଟ୍ସମ୍ୟାନ ଟମି ବିମୋଣ୍ଟ ୱିକେଟ୍‌ ନେବା ପରେ ବିଶ୍ୱର ପ୍ରଥମ ବୋଲର ଭାବରେ ସେ ଦିନିକିଆରେ ହାସଲ କରିଛନ୍ତି ୨୫୦ ୱିକେଟ୍। ତାଙ୍କ ପୂର୍ବରୁ ବିଶ୍ୱର କୌଣସି ମହିଳା ଖେଳାଳି ଏହି ରେକର୍ଡ କରିପାରି ନାହାଁନ୍ତି।

ପୂର୍ବରୁ ଦିନିକିଆ ଫର୍ମାଟ୍‌ରେ ଝୁଲଣ ସର୍ବାଧିକ ୱିକେଟ୍ ନେଇ ତାଲିକାରେ ଶୀର୍ଷରେ ଥିଲେ। ହେଲେ ବୁଧବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ୨୫୦ ୱିକେଟ୍‌ କ୍ଲବ୍‌ରେ ସାମିଲ୍ ହୋଇଛନ୍ତି। ଦିନିକିଆ ୱିକେଟ୍‌ରେ ଅନ୍ୟ କୌଣସି ଖେଳାଳି ଏପର୍ଯ୍ୟନ୍ତ ଝୁଲଣଙ୍କ ପାଖ ମାଡ଼ି ପାରି ନାହାନ୍ତି। ଏମିତିକି କୌଣସି କୌଣସି ମହିଳା କ୍ରିକେଟର ଦିନିକିଆରେ ଏପର୍ଯ୍ୟନ୍ତ ୨୦୦ ୱିକେଟ୍ ହାସଲ କରିପାରି ନାହାଁନ୍ତି।

ଝୁଲଣଙ୍କ ପରେ ଦିନିକିଆରେ ସର୍ବାଧିକ ୱିକେଟ୍ ନେବାର ଅଷ୍ଟ୍ରେଲିଆର କ୍ୟାଥ୍‌ରିନ୍‌ ଫିଟ୍‌ଜପାଟ୍ରିକ୍‌ ଅଛନ୍ତି। ସେ ୧୦୯ ମ୍ୟାଚ୍‌ ଖେଳି ୧୮୦ଟି ୱିକେଟ୍ ହାସଲ କରିଛନ୍ତି। ତାଙ୍କ ପଛକୁ ୱେଷ୍ଟଇଣ୍ଡିଜ୍‌ର ଅନୀସ୍ ଇକ୍‌ବାଲ ୧୩୯ ମ୍ୟାଚ୍‌ରେ ୧୮୦ ୱିକେଟ୍ ହାସଲ କରିଛନ୍ତି।

ଦିନିକିଆରେ ସର୍ବାଧିକ ୱିକେଟ୍ ନେଇଥିବା ମହିଳା ବୋଲରମାନେ ହେଲେ-

ଝୁଲଣ ଗୋସ୍ୱାମୀ(ଭାରତ)- ୧୯୯ ମ୍ୟାଚ୍‌, ୨୫୦ ୱିକେଟ୍
କାଥୀରନ ଲୋରେନ୍‌ ପିଟ୍‌ଜପାଟ୍ରିକ୍(ଅଷ୍ଟ୍ରେଲିଆ) – ୧୦୯ ମ୍ୟାଚ୍ ୧୮୦ ୱିକେଟ୍।
ଅନୀସ ମହମ୍ମଦ(ୱେଷ୍ଟଇଣ୍ଡିଜ୍)- ୧୩୯ ମ୍ୟାଚ୍, ୧୮୦ ୱିକେଟ୍।
ଶବନୀମ ଇସ୍‌ମାଲ୍‌(ଦକ୍ଷିଣ ଆଫ୍ରିକା)- ୧୧୭ ମ୍ୟାଚ୍‌, ୧୬୮ ୱିକେଟ୍।
କାଥରୀନ ହେଲେନ୍ ବ୍ରଣ୍ଟ(ଇଂଲଣ୍ଡ)- ୧୩୫ ମ୍ୟାଚ୍, ୧୬୪ ୱିକେଟ୍।

ଏହା ପୂର୍ବରୁ ବିଶ୍ୱକପ୍‌ରେ ଶନିବାର ୱେଷ୍ଟ ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍‌ରେ ଆଉ ଏକ ରେକର୍ଡ କରିଥିଲେ ଝୁଲଣ। ମ୍ୟାଚ୍‌ରେ ଅନୀଷ ମହମ୍ମହଦଙ୍କ ୱିକେଟ୍ ନେବା ପରେ ଝୁଲଣ ବନିଯାଇଥିଲେ ଦିିନିକିଆ ବିଶ୍ୱକପ୍‌ ଇତିହାସର ସର୍ବାଧିକ ୱିକେଟ୍ ଟେକର ମହିଳା ବୋଲର୍। ଏଥିରେ ୱେଷ୍ଟ ଇଣ୍ଡିଜ୍‌କୁ ୧୫୫ ରନ୍‌ରେ ପରାସ୍ତ କରିଥିଲା ଭାରତ। ଦିନିକିଆ ବିଶ୍ୱକପ୍‌ରେ ଝୁଲଣ ଏପର୍ଯ୍ୟନ୍ତ ୪୧ ୱିକେଟ୍ ହାସଲ କରି ସର୍ବାଧିକ ୱିକେଟ ଟେକର ମହିଳା ବୋଲର ତାଲିକାରେ ଶୀର୍ଷରେ ରହିଛନ୍ତି। ଏପରି କରି ସେ ଅଷ୍ଟ୍ରେଲିଆର ଲୀନ ଫୁଲ୍‌ଷ୍ଟନ୍‌ଙ୍କ ପଛରେ ପକାଇ ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ