ଖେଳ ଦେଶ ବିଦେଶ

ବିଶ୍ବ ବିଜେତାଙ୍କୁ ହରାଇ କ୍ବାର୍ଟର୍‌ରେ ନିଖତ

ଇସ୍ତାନବୁଲ: ଭାରତର ନିଖତ ଜରିନ ବିଶ୍ବ ବିଜୟିନୀ ପାଲ୍‌ଟସିଭା ଏକ୍‌ତାରିନଙ୍କୁ ହରାଇ ବୋସଫୋରୁସ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାର ମହିଳା ୫୧ କେଜି ବର୍ଗର କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ଏହି ପ୍ରତିଯୋଗିତାର ଦ୍ବିତୀୟ‌ ଦିନରେ ଏସୀୟ କାଂସ୍ୟ ବିଜୟିନୀ ନିଖତ ୫-୦ରେ ରୁଷୀୟ ମୁଷ୍ଟିଯୋଦ୍ଧାଙ୍କୁ ମାତ୍‌ ଦେଇଥିଲେ। ସେମିଫାଇନାଲ୍‌‌ରେ ‌ସ୍ଥାନ ପାଇଁ ସେ ଦୁଇଥରର ବିଶ୍ବ ବିଜୟିନୀ କାଜାକସ୍ତାନର କିଜାଇବେ ନଜିମଙ୍କୁ ଭେଟିବେ।

ନିଖତଙ୍କ ବାଦ୍‌ ଏସୀୟ ବିଜେତା ଶିବ ଥାପ୍ପା, ସୋନିଆ ଲାଥେର ପ୍ରବୀର ନିଜ ନିଜ ବର୍ଗର କ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଥିଲେ। ପୁରୁଷ ୬୩ କେଜି‌ରେ ଶିବ ୩-୨ରେ କାଜାକସ୍ତାନର ସ୍ମାଗୁଲୋଭ ବାଘଥିୟୋଭଙ୍କୁ ପରାସ୍ତ କରିଥିଲେ। ମହିଳାରେ ସୋନିଆ (୫୭ କେଜି) ଓ ପ୍ରବୀଣ (୬୦ କେଜି) ଯଥାକ୍ରମେ ସ୍ଥାନୀୟ ଖେଳାଳି ସୁରମେଲେନି ତୁଗସେନାଜଙ୍କୁ ଏବଂ ଓଜିୟୋଲ ଏସ୍‌ରାଙ୍କୁ ୫-୦ରେ ହରାଇଥିଲେ। ତେବେ ଦୁର୍ଯ୍ୟୋଧନ ନେଗୀ (୬୯ କେଜି), ବ୍ରିଜେଶ ଯାଦବ (୮୧ କେଜି) ଓ କ୍ରିଷନ ଶର୍ମା (+୯୧ କେଜି) ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ