ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଶ୍ବ ପାଇଁ ସତର୍କଘଣ୍ଟି: ପ୍ରତି ଦଶନ୍ଧିରେ ୦.୨ ଡିଗ୍ରି ହାରରେ ବଢ଼ୁଛି ବିଶ୍ବ ତାପମାତ୍ରା

ଦୁବାଇ: ବିଶ୍ବର ୫୦ ଜଣ ବୈଜ୍ଞାନିକଙ୍କ ଏକ ଦଳ କହିଛନ୍ତି ଯେ ପ୍ରତି ଦଶନ୍ଧିରେ ୦.୨ ଡିଗ୍ରି ହାରରେ ସମ୍ପ୍ରତି ବିଶ୍ବ ତାପମାତ୍ରା ବୃଦ୍ଧି ପାଉଛି। ୨୦୧୩ରୁ ୨୦୨୨ ପର୍ଯ୍ୟନ୍ତ ମାନବୀୟ କାର୍ଯ୍ୟକଳାପ ଯୋଗୁ ତାପମାତ୍ରା ବୃଦ୍ଧି ପାଇଛି, ଯାହା ବିଶ୍ବ ପାଇଁ ଚିନ୍ତାଜନକ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଆମେ ଏପର୍ଯ୍ୟନ୍ତ ୧.୫ ସେଲସିୟସ ଉତ୍ତାପ ବୃଦ୍ଧି ସ୍ତରରେ ପହଞ୍ଚି ନ ଥିବା ବେଳେ ଆଉ କିଛି ବର୍ଷ ଭିତରେ ଆମର କାର୍ବନ ବଜେଟ ଶେଷ ହୋଇଯିବ ବୋଲି କହିଛନ୍ତି ଲିଡ୍‌ସ ବିଶ୍ବବିଦ୍ୟାଳୟର ପଦାର୍ଥବିଜ୍ଞାନ ପ୍ରଫେସର ତଥା ମୁଖ୍ୟ ଲେଖକ ପିୟର୍ସ ଫଷ୍ଟର।

ଜାତିସଂଘର ଜଳବାୟୁ ବିଜ୍ଞାନ ଉପଦେଷ୍ଟା କମିଟି ଆଇପିସିସି (ଅନ୍ତର୍ଜାତୀୟ ଜଳବାୟୁ ପରିବର୍ତ୍ତନ ପ୍ୟାନେଲ) ଏହାର ସଦ୍ୟ ବେଞ୍ଚମାର୍କ ରିପୋର୍ଟ ୨୦୨୧ ପାଇଁ ତଥ୍ୟ ସଂଗ୍ରହ କରିବା ପରଠାରୁ ବଜେଟ ଅଧା ଶେଷ ହୋଇସାରିଲାଣି ବୋଲି ଫଷ୍ଟର ଓ ତାଙ୍କ ସହଯୋଗୀମାନେ କହିଛନ୍ତି। ସଦ୍ୟତମ ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ପୃଥିବୀ ଏପରି ଜଳବାୟୁଜନିତ କ୍ଷତିର ସମ୍ମୁଖୀନ ହେବାକୁ ଯାଉଛି ଯାହାକୁ ଆଉ ପଛକୁ ଫେରାଇ ହେବ ନାହିଁ। ପ୍ୟାରିସ ଜଳବାୟୁ ଚୁକ୍ତି ସମୟରେ ବିଶ୍ବ ତାପମାତ୍ରାକୁ ଯେଉଁ ସ୍ତରରେ ସୀମିତ ରଖିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ସେହି ଲକ୍ଷ୍ୟ ହାସଲ କରିବାକୁ ହେଲେ ୨୦୩୫ ସୁଦ୍ଧା ୨୦୧୯ ତୁଳନାରେ ସବୁଜଗୃହ ବାଷ୍ପ ନିର୍ଗମନକୁ ୬୦ ପ୍ରତିଶତ ହ୍ରାସ କରିବାକୁ ହେବ। ୨୦୧୮ରୁ ଜାରି ୬ଟି ରିପୋର୍ଟରେ ଏହି ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ନ ଥିଲା। ଚଳିତବର୍ଷ ଦୁବାଇଠାରେ ଗୁରୁତ୍ବପୂର୍ଣ୍ଣ କୋପ୍୨୮ ପରିବେଶ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ବିଶ୍ବନେତାମାନଙ୍କୁ ଏହି ନୂଆ ତଥ୍ୟ ଉପରେ ବିଚାରବିମର୍ଶ କରିବାକୁ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ