ଖେଳ

ବିଶ୍ବ କନିଷ୍ଠ ଭାରୋତ୍ତୋଳନ, ଅଚିନ୍ତାଙ୍କୁ ରୌପ୍ୟ

ତାସକେଣ୍ଟ: ଭାରତୀୟ ଭାରୋତ୍ତୋଳକ ଅଚିନ୍ତା ସିଉଳି ଚଳିତ ବିଶ୍ବ କନିଷ୍ଠ ବିଶ୍ବ ଭାରୋତ୍ତୋଳନରେ ରୌପ୍ୟ ପଦକ କରାୟତ୍ତ କରିଛନ୍ତି। ୭୩ କେଜି ବର୍ଗରେ ଅଂଶଗ୍ରହଣ କରିଥିବା ଅଚିନ୍ତା ୩ଟି ଯାକ ବିଭାଗରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ୧୯ ବର୍ଷୀୟ ଅଚିନ୍ତା ସ୍ନାଚ୍‌ରେ ୧୪୧ କେଜି, କ୍ଲିନ୍‌ ଓ ଜର୍କରେ ୧୭୨ କେଜି ମୋଟ ୩୨୩ କେଜି ଉଠାଇ ‌ରୌପ୍ୟ ପଦକ ଜିତିଥିଲେ। ରାଜ୍ୟଗୋ‌ଷ୍ଠୀ ପ୍ରତିଯୋଗିତା ସ୍ବର୍ଣ୍ଣ ବିଜେତା ସ୍ନାଚ୍‌ ଏବଂ କ୍ଲିନ୍‌ ଓ ଜର୍କରେ ଥିବା ନିଜର ପୂର୍ବ ବ୍ୟକ୍ତିଗତ ଶ୍ରେଷ୍ଠଠୁ ୨ କେଜି ଲେଖାଏଁ ଅଧିକ ଉଠାଇଥିଲେ। ଗତ ମାସ‌ ଏସୀୟ ପ୍ରତି‌ଯୋଗିତ‌ାରେ ସେ ଉଠାଇଥିବା ୩୦୯ (୧୩୯+୧୭୦) କେଜି ଶ୍ରେଷ୍ଠ ଥିଲା। ଇଣ୍ଡୋନେସିଆର ଜୁନିଆନ୍‌ସିଆ ରିଜକି ୩୪୯ (୧୫୫+୧୯୪) କେଜି ସ୍ବର୍ଣ୍ଣ ଏବଂ ରୁଷିଆର ସେରୋବିଆନ୍‌ ଜେଭୋର୍ଗ ୩୦୮ (୧୪୩+୧୬୫) କେଜି କାଂସ୍ୟ ଜିତିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ