ଅପରାଧ ରାଜ୍ୟ

ବିଶ୍ବେଶ୍ବର ବସ୍ତିରେ କୋଡ୍‌ ୱାର୍ଡ: ‘ପରୀ’ ଗଞ୍ଜେଇ, ‘ନିମ୍‌କି’ ବ୍ରାଉନ୍‌ସୁଗାର

ଚନ୍ଦ୍ରଶେଖରପୁର: ଅଟୋଚାଳକଟିଏ ଚା’ ଦୋକାନକୁ ଗଲା। ଦୋକାନରେ ବସିଥିଲେ ଜଣେ ମହିଳା। ଅଟୋଚାଳକ ମହିଳାଙ୍କୁ ୨୦ ଟଙ୍କିଆ ନୋଟ୍‌ଟିଏ ବଢ଼ାଇ ଦେଇ ମାଗିଲା- ପରୀ ଦିଅ। ମହିଳା ତା’ ହାତକୁ ବଢ଼ାଇଦେଲେ ଏକ ସିଗାରେଟ୍‌। ପରେ ପରେ ଜଣେ କଲେଜ ପଢ଼ୁଆ ଯୁବକ ସେହି ଦୋକାନରେ ପହଞ୍ଚିଲେ। ଶହେ ଟଙ୍କିଆ ନୋଟ୍‌ଟିଏ ବଢ଼ାଇ ଦେଇ କହିଲା- ଗୋଟେ ନିମ୍‌କି ଦିଅ। ମହିଳା ଗୋଟେ କାଗଜ ପୁଡ଼ିଆ ବଢ଼ାଇଦେଲେ। ବୁଝୁବୁଝୁ ଜଣାପଡ଼ିଲା ୨୦ ଟଙ୍କିଆ ସି‌ଗା‌ରେଟ୍‌ରେ ଭର୍ତ୍ତି ହୋଇଥିଲା ଗଞ୍ଜେଇ। ସେହିଭଳି ଶହେ ଟଙ୍କିଆ ନିମ୍‌କି ଥିଲା ବ୍ରାଉନ୍‌ସୁଗାର ପୁଡ଼ିଆ। ଏମିତି କୋଡ୍‌ ୱାର୍ଡରେ ସହିଦନଗର ଥାନା ଆଚାର୍ଯ୍ୟବିହାର ନିକଟ ବି‌ଶ୍ବେଶ୍ବର ବସ୍ତିରେ ଚାଲିଛି ଏମିତି ବେଧଡ଼କ ନିଶା କାରବାର।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।