ଦେଶ ବିଦେଶ ସ୍ୱାସ୍ଥ୍ୟ

ବିଶ୍ବସ୍ତରୀୟ ବନ୍ଦର ହେବ ପାରାଦୀପ, ଖର୍ଚ୍ଚ ହେବ ୩ ହଜାର ୪ କୋଟି ଟଙ୍କା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର ୩୦/୧୨: ବିଶ୍ବସ୍ତରୀୟ ବନ୍ଦର ହେବାକୁ ଯାଉଛି ଓଡ଼ିଶାର ପାରାଦୀପ ବନ୍ଦର। ଏହାର କଳେବର ପରିବର୍ତ୍ତନ ପାଇଁ ଖର୍ଚ୍ଚ ହେବ ୩ ହଜାର ୪ କୋଟି ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ବୁଧବାର ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ପାରାଦୀପରେ ଓ୍ବେଷ୍ଟନ ଡକ୍‌ ନିର୍ମାଣର ବିକାଶ ସମେତ ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ବନ୍ଦର ସୁବିଧା ବଢ଼ାଇବା ସମ୍ପର୍କୀତ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ପାରାଦୀପ ବନ୍ଦରର ବିକାଶ ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ବାଗତ କରିଛନ୍ତି।

୩ ହଜାର ୪ କୋଟି ୬୩ ଲକ୍ଷ ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ସରକାରୀ ଓ ବେସରକାରୀ ସହଯୋଗ ତଥା ପିପିପି ମୋଡରେ ନିର୍ମାଣ କରାଯିବ ବୋଲି ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଏହା ସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ପୂର୍ବୋଦୟ ମିଶନରେ ଭାରତ ସରକାର ପୂର୍ବ ଭାରତର ବିକାଶକୁ ସର୍ବାଧିକ ପ୍ରାଥମିତା ଦେଉଛନ୍ତି। ପ୍ରସ୍ତାବିତ ପ୍ରକଳ୍ପ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣରେ ମହତ୍ବପୂର୍ଣ୍ଣ ଭୂମିକା ନେବ। ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ ପର୍ଯ୍ୟାୟରେ ପ୍ରାୟ ୮୦୦ ଲୋକ ଓ ପରିଚାଳନା ପର୍ଯ୍ୟାୟରେ ୨୦୦ ଲୋକ ପ୍ରତ୍ୟକ୍ଷ ନିଯୁକ୍ତି ପାଇବେ।

ଆସନ୍ତା ୫ ବର୍ଷ ମଧ୍ୟରେ ବନ୍ଦର ମାଧ୍ୟମରେ ଆଶା କରାଯାଉଥିବା ବାର୍ଷିକ କାରବାର ବାର୍ଷିକ ୧୭୦ ମିଲିୟନ ଟନ୍‌ ଅତିକ୍ରମ କରିବ। ଏହି ପ୍ରକଳ୍ପ ମାଧ୍ୟମରେ ବାର୍ଷିକ ୨୫ ମିଲିୟନ୍‌ ଟନ୍‌ କ୍ଷମତା ସୃଷ୍ଟି କରିବାକୁ ଯୋଜନା କରାଯାଇଛି । ଏହା ସହ ପାରାଦୀପରେ ସଠିକ୍‌ ବ୍ୟବସ୍ଥା ନଥିବାରୁ ବଡ଼ ବଡ଼ ଜାହାଜ ଏଠାକୁ ନଆସି କଲମ୍ବୋ ଓ ସିଙ୍ଗାପୁର ଅଭିମୁଖେ ଯାଉଛନ୍ତି। ବଡ଼ ଜାହାଜ ଆଣିବାକୁ ଭାରତରେ ବଡ଼ ବନ୍ଦର ଓ ଡକ୍‌ ଦରକାର। ତେବେ ପ୍ରସ୍ତାବିତ ପ୍ରକଳ୍ପ ଶେଷ ହେବା ପରେ ବଡ଼ ବଡ଼ ଜାହାଜ ପାରାଦୀପ ବନ୍ଦରକୁ ଆସିପାରିବେ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଡ଼ ବଡ଼ ଜାହାଜରୁ କୋଇଲା ସହଜରେ ଅନଲୋଡ୍‌ ହୋଇପାରିବ। ସମୁଦ୍ରରେ ପରିବହନ ମୂଲ୍ୟ ହ୍ରାସ ହେବା ଓ ବନ୍ଦରରେ ଶିଳ୍ପ ଅର୍ଥନୀତିକୁ ବୃଦ୍ଧି କରିବା ସହ ଅଧିକ ରୋଜଗାର ସୃଷ୍ଟି ହେବ। ମୋଦି ସରକାରଙ୍କ ପୂର୍ବରୁ ପାରାଦୀପ ବନ୍ଦରରେ ବାଣିଜ୍ୟିକ କାରବାର ୬୦ ମିଲିୟନ ମେଟ୍ରିକ୍‌ ଟନ୍‌ ଥିବା ବେଳେ ଏବେ ଏହା ବଢ଼ି ୧୧୨ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଅନ୍ୟପଟେ ଦେଶର ପ୍ରଥମ ଜେନେରେସନ ଇଥାନଲ ଉତ୍ପାଦନ ବୃଦ୍ଧି କରାଯିବ। ବିକଳ୍ପ ଇନ୍ଧନର ବ୍ୟବସାୟିକ ମଡେଲ୍‌ ଇଥାନଲ ହେବ। ତେଣୁ ସଂଶୋଧିତ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରି ଦେଇଛି। ଦେଶର ବଳକା ଚାଉଳ, ଗହମ, ବାର୍ଲି, ମକାରୁ ବର୍ଯ୍ୟ, ଆଖୁ ଛେଦାରୁ ଇଥାନଲ ଉତ୍ପାଦନ ହୋଇଥାଏ। ତେବେ ଏନେଇ ଆଜି କେନ୍ଦ୍ର କ୍ୟାବିନେଟ୍‌ରେ ମଞ୍ଜୁରି ମିଳିବା ପରେ ଶସ୍ୟ ଉତ୍ପାଦନ କରୁଥିବା ଚାଷୀଙ୍କ ଆୟ ବଢ଼ିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସେହିଭଳି ୨୦୨୨ ସୁଦ୍ଧା ପେଟ୍ରୋଲରେ ଇଥାନଲର ୧୦ ଭାଗ ମିଶାଇବା ପାଇଁ ଲକ୍ଷ୍ୟ ଥିବା ବେଳେ ୨୦୨୬ରେ ୧୫ ପ୍ରତିଶତ ଓ ୨୦୩୦ ବେଳକୁ ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରଣ ପାଇଁ ଯୋଜନା ଥିବା ମଧ୍ୟ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ