ରାଜ୍ୟ

ବିଶ୍ବବିଦ୍ୟାଳୟ ହେବାକୁ ଯୋଗ୍ୟତା କ’ଣ?

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ବିଶ୍ବବିଦ୍ୟାଳୟ ଦୌଡ଼ରେ ରାଜ୍ୟର ଡଜନେରୁ ଅଧିକ ମହାବିଦ୍ୟାଳୟ ସାମିଲ ହୋଇଛନ୍ତି। କିଏ ଭିତ୍ତିଭୂମି ଦେଖାଇ ମାନ୍ୟତା ପାଇବାକୁ ରାଜ୍ୟ ସରକାରଙ୍କ ନିକଟରେ ଲବି କରୁଛି ତ ଆଉ କେଉଁ ମହାବିଦ୍ୟାଳୟ ୧୫ରୁ ଅଧିକ ପିଜି ପାଠ୍ୟକ୍ରମ ଖୋଲିଥିବାରୁ ବିଶ୍ବବିଦ୍ୟାଳୟ ହେବାକୁ ଯୋଗ୍ୟତା ଥିବା ଦର୍ଶାଉଛି। ମାନ୍ୟତା ପାଇବା ଲାଗି କଲେଜଗୁଡ଼ିକ ମଧ୍ୟରେ ଏକପ୍ରକାର ପ୍ରତିଯୋଗିତା ଚାଲିଥିବା ବେଳେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବଡ଼ ଝଟ୍‌କା ଲାଗିଛି। ଏହି ପୁରାତନ ଶିକ୍ଷାନୁଷ୍ଠାନକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବାକୁ ଆସିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ନାମଞ୍ଜୁର କରିଛନ୍ତି। ଭଦ୍ରକ କଲେଜ ଏବେ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାକୁ ଯୋଗ୍ୟତା ନ ଥିବା କୁହାଯାଇଛି।

ରାଜ୍ୟ ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା)-୨.୦ ଗାଇଡ୍‌ଲାଇନ୍‌ ଅନୁଯାୟୀ ଗୋଟିଏ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଲାଗି ସର୍ବନିମ୍ନ ଯୋଗ୍ୟତା ଥିବା ଆବଶ୍ୟକ। ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ନାକ୍‌ ସ୍କୋର ୩.୫ କିମ୍ବା ତା’ଠାରୁ ଅଧିକ ରହିଥିବା ଦରକାର। ନ ହେଲେ ରୁସା ପ୍ରକଳ୍ପ ଅଧୀନରେ ସମ୍ପୃକ୍ତ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇ ପାରିବ ନାହିଁ। ସେହି ଅନୁଯାୟୀ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ହେବା ଲାଗି ଯୋଗ୍ୟତା ନ ଥିବା ଜାନୁଆରି ୨୭ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଯଦି ରୁସା-୨.୦ ନିୟମ ଆଧାରରେ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବାକୁ ଯୋଗ୍ୟତା ନାହିଁ ତେବେ ଜୟପୁରର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ଗତଥର ନାକ୍‌ ‘ବି’ ଗ୍ରେଡ୍‌ ପାଇଥିଲେ ମଧ୍ୟ କିଭଳି ବିଶ୍ବବିଦ୍ୟାଳୟ ହୋଇପାରିଲା? କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟ ଗତଥର ‘ବି++’ ଗ୍ରେଡ୍‌ ହାସଲ କରିଥିଲେ ମଧ୍ୟ କେଉଁ ଆଧାରରେ ବିଶ୍ବବିଦ୍ୟାଳୟ ହେଲା ସେନେଇ ଏବେ ପ୍ରଶ୍ନ ଉଠିଲାଣି।

ଅନ୍ୟପଟରେ ଗୋଟିଏ ପରେ ଗୋଟିଏ ଜିଲ୍ଲା‌ରୁ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଲାଗି ମଧ୍ୟ ଦାବି ହେଉଛି। ଗଜପତି, କନ୍ଧମାଳ, ସୋନପୁର, ଢେଙ୍କାନାଳ, ଅନୁଗୁଳ ପ୍ରଭୃତି ଜିଲ୍ଲାରେ ଗୋଟିଏ ଲେଖାଏ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରିବା ନେଇ ସ୍ବର ଉଠିଲାଣି। କେବଳ ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ନୁହେଁ, ରାଜ୍ୟର ବହୁ ସ୍ବୟଂଶାସିତ ମହାବିଦ୍ୟାଳୟର ଉକ୍ତ ଯୋଗ୍ୟତା ନ ଥିବା ଜଣାପଡ଼ିଛି। ଗତ ବିଧାନସଭା ଅଧିବେଶନ ସମୟରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ଅନୁଯାୟୀ ଅଧିକାଂଶ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ହରାଇଛନ୍ତି। ‌୧୫ଟି ସରକାରୀ ସ୍ବୟଂଶାସିତ କଲେଜ ମଧ୍ୟରୁ ୧୪ଟିର ମାନ୍ୟତା ନ ଥିଲା। ୧୭ଟି ଅନୁଦାନପ୍ରାପ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ମଧ୍ୟରୁ ୩ଟିର ମାନ୍ୟତା ରହିଥିଲେ ମଧ୍ୟ ୨୦୧୮ ୟୁଜିସି ନିୟମକୁ ବିଚାରକୁ ନେଲେ କୌଣସି ଅନୁଦାନପ୍ରାପ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ପାଇବାକୁ ଯୋଗ୍ୟ ନୁହନ୍ତି ବୋଲି ସରକାର ସେବେ କହିଥିଲେ।

ଶିକ୍ଷାବିତ୍‌ଙ୍କ ମତରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପ୍ରସ୍ତାବ ନୂଆ ନୁହେଁ। ଉଚ୍ଚଶିକ୍ଷାରେ ସଂସ୍କାର ଆଣିବା ଓ ଗୁଣାତ୍ମକ ଶିକ୍ଷାର ରୂପରେଖ ପ୍ରସ୍ତୁତ ନେଇ ୨୦୦୭-୦୮ରେ ରାଜ୍ୟ ସରକାର ଏକ କମିଟି ଗଠନ କରିଥିଲେ। ଉକ୍ତ କମିଟି ରିପୋର୍ଟରେ କୁହାଯାଇଥିଲା ଯେ ୩୦ ଜିଲ୍ଲାରେ ୩୦ଟି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯାଉ। ଫଳରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବ। ଉଚ୍ଚଶିକ୍ଷାରେ ସଂସ୍କାର ଆସିପାରିବ। ଇତିମଧ୍ୟରେ ପ୍ରାୟ ୧୫ ବର୍ଷ ବିତିଯାଇଥିଲେ ମଧ୍ୟ ଉଚ୍ଚଶିକ୍ଷାରେ ସଂସ୍କାର ଆଣିବାକୁ ରାଜ୍ୟ ସରକାର ଗଠନ କରିଥିବା କମିଟି ରିପୋର୍ଟ ନାଲି ଫିତା ତଳେ ରହିଯାଇଛି। କେବେ ତାହା କାର୍ଯ୍ୟକାରୀ ହେବ ଏବଂ ସବୁ ଜିଲ୍ଲାରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା କରାଯିବ ତାହା ଦେଖିବାକୁ ବାକି ରହିଲା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।