ଖେଳ ଦେଶ ବିଦେଶ

ବିଶାଳ ଛକା ମାରିଲେ ଆୟୁଷ ବଦୋନୀ, ପ୍ୟାଭିଲିୟନରେ ବସିଥିବା ମହିଳାଙ୍କ ମୁଣ୍ଡରେ ବାଜିଲା ବଲ୍…

ନୂଆଦିଲ୍ଲୀ, ୦୧।୦୪ : ଆଇପିଏଲ ୨୦୨୨ରେ ଗୁରୁବାର ଚେନ୍ନାଇ ସୁପର କିଙ୍ଗସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଇଥିବା ହାଇସ୍କୋରିଂ ମୁକାବିଲା । ମ୍ୟାଚରେ ଲକ୍ଷ୍ନୌ ୬ ଓ୍ୱିକେଟରେ ଚେନ୍ନାଇକୁ ପରାସ୍ତ କରିଥିଲା । ଏହା ଚଳିତ ସିଜିନରେ ଲକ୍ଷ୍ନୌର ପ୍ରଥମ ବିଜୟ ।

ରୋମାଞ୍ଚକର ମୁକାବିଲା

ମ୍ୟାଚରେ ଲକ୍ଷ୍ନୌ ଟିମକୁ ଜିତିବାକୁ ଶେଷ ୧୨ ବଲରେ ୩୪ ରନ୍ ଦରକାର ଥିଲା । ଚେନ୍ନାଇ ଅଧିନାୟକ ରବୀନ୍ଦ୍ର ଜାଡେଜା ୧୯ତମ ଓଭର ବୋଲିଂ କରିବାକୁ ଶିବମ ଦୁବେଙ୍କୁ ଦେଇଥିଲେ । କ୍ରିଜରେ ଥିବା ଆୟୁଷ ବଦୋନୀ ଶିବମଙ୍କ ବଲକୁ ସ୍ୱିପ୍ ସଟ୍ ଖେଳି ଏକ ଲମ୍ବା ଛକ୍କା ମାରିଥିଲେ ।

ମହିଳାଙ୍କ ମୁଣ୍ଡରେ ବାଜିଲା ବଲ୍

ଆୟୁଷ ଯେଉଁ ସଟ୍ ଖେଳିଥିଲେ ତାହା ପ୍ୟାଭିଲିୟନରେ ଥିବା ଜଣେ ମହିଳାଙ୍କ ମୁଣ୍ଡରେ ବାଜିଥିଲା । କମେଣ୍ଟେଟର୍ସ ମଧ୍ୟ ମହିଳାଙ୍କୁ ବେଶୀ ଆଘାତ ଲାଗିନଥିବା କହିଥିଲେ । ତେବେ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସୂଚନାଯୋଗ୍ୟ, ପ୍ରଥମେ ବ୍ୟାଟିଂ କରି ୨୧୦ ରନ୍ କରିଥିଲା ଚେନ୍ନାଇ । ଜବାବରେ ଲକ୍ଷ୍ନୌ ଅଧିନାୟକ କେଏଲ ରାହୁଲ ଓ କ୍ୱିଣ୍ଟନ୍ ଡିକକଙ୍କ ବ୍ୟାଟିଂ ବଳରେ ମଜବୁତ ଆରମ୍ଭ କରିଥିଲା । ଉଭୟ ଓପନିଂ ଯୋଡିରେ ୬୨ ବଲରୁ ୯୯ ରନ୍ କରିଥିଲେ । ଶେଷ ୧୩ ବଲରେ ଡେଭିନ୍ ଲୁଇସ୍ ଓ ଆୟୁଷ ବଦୋନୀ ୪୦ ରନ୍ କରି ଦଳକୁ ବିଜୟୀ କରାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ