ଅପରାଧ ରାଜ୍ୟ

ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମୋବାଇଲ ଦୋକାନରୁ ଲୁଟିନେଲେ ୧୩ ସ୍ମାର୍ଟଫୋନ୍

ଚାନ୍ଦବାଲୀ ୦୬/୦୫ : ଭଦ୍ରକ ଜିଲ୍ଲା ଚାନ୍ଦବାଲୀ ଥାନା ଅଧିନସ୍ଥ ମତୋ ବଜାର ଆରଏମସି ମାର୍କେଟ କମ୍ପ୍ଲେକ୍ସରେ ଚୋରି । ଲିଟିଲ ଷ୍ଟାର ମୋବାଇଲ ଦୋକାନରୁ ୧୩ଟି ସ୍ମାର୍ଟ ଫୋନ ଲୁଟିନେଇଛନ୍ତି ଲୁଟେରା । ଯାହାର ମୁଲ୍ୟ ପ୍ରାୟ ଏକ ଲକ୍ଷ ଅସି ହଜାରରୁ ଅଧିକ ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ ସୂଚନା ଦେଇଛନ୍ତି ମୋବାଇଲ ଦୋକାନୀ ରଶ୍ମିକାନ୍ତ ପଣ୍ଡା ।

ସବୁଠୁ ବଡକଥା ହେଉଛି ଯଦି ମତୋ ଫାଣ୍ଡିରୁ ମାତ୍ର ୧୦୦ମିଟର ଦୂରରେ ଏହି ଚୋରି ହୋଇପାରୁଛି । ତାହାହେଲେ ଆଖପାଖ କଥା ନକହିବା ଭଲ । ଆର ଏମସିରେ ରାତ୍ରି ଜଗୁଆଳି ମଧ୍ୟ ରହୁଥିବା ବେଳେ ଏପରି ଚୋରି ହୋଇଥିବାରୁ ବୁଦ୍ଧିଜୀବୀ ମହଲରେ ଏହାକୁ ଘୋର ନିନ୍ଦା କରାଯାଇଛି । ମତୋ ବଜାରରେ ମତୋ ଫାଣ୍ଡି ପକ୍ଷରୁ ରାତ୍ରି କାଳିନ ଡିୟୁଟି ପାଇଁ ଦୁଇଟି ପୋଲିସ ଷ୍ଟାଫ୍ ମଧ୍ୟ ନିୟୋଜିତ କରାଯାଇଛି ।

ହେଲେ ପୋଲିସ ଆଖିରେ ଧୁଳିଦେଇ ବିଳମ୍ବିତ ରାତିରେ ଉକ୍ତ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କା ଚୋରି ହୋଇଛି । ଏହିପରି ବାରମ୍ବାର ଚୋରି ହେଉଥିବାରୁ ସାଧାରଣ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ବୁଦ୍ଧିଜୀବୀ ମାନେ ଏପରି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।