ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବିଳମ୍ବ ହେଲେ ବି ଦ୍ୱିତୀୟ ଡୋଜ ଟିକା ନେବା ଜରୁରୀ: ପରିବାର କଲ୍ୟାଣ ନିର୍ଦେଶକ

ଭୁବନେଶ୍ୱର: ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୧ ଡୋଜ ଟିକାକରଣ ହୋଇଛି। ୨ କୋଟି ୩୦ ଲକ୍ଷ ପ୍ରଥମ ଡୋଜ ଏବଂ ୯୧ ଲକ୍ଷ ଦ୍ୱିତୀୟ ଡୋଜ ଟିକାକରଣ କରାଯାଇଛି। ଯେଉଁମାନଙ୍କର ଦ୍ୱିତୀୟ ଡୋଜ ଟୀକା ନେବାର ସମୟ ହୋଇଛି ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ନେଇଛନ୍ତି। ଅବଶିଷ୍ଟ ୨୦ ପ୍ରତିଶତ ଲୋକଙ୍କୁ କିପରି ଦିଆଯିବ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି। ସ୍ୱାସ୍ଥ୍ୟ କର୍ମୀ, ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସହାୟତାରେ ଟିକାକରଣ ପାଇଁ ପ୍ରୟାସ କରାଯାଉଛି। ୧୫ ଦିନ ପୂର୍ବରୁ ୩୩ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ନେବାକୁ ଥିବା ବେଳେ ଏବେ ୨୧ ଲକ୍ଷ ଲୋକ ଅଛନ୍ତି। ବର୍ତ୍ତମାନ ୨୩ ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଦୈନିକ ୪ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରହିଛି।

ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ ଟିକାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଭିନ୍ନକ୍ଷମ, ବୟସ, ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ଘରେ ଟିକା ଦିଆଯିବା ନେଇ ଜିଲ୍ଲା ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି।ଜିଲ୍ଲା ସ୍ତରରେ ହେଲ୍ପଲାଇନ ନମ୍ବର କରାଯାଇଛି। ସେମାନେ ପବ୍ଲିସ୍ କରିବେ। ସେହି ନମ୍ବରରେ ଯୋଗାଯୋଗ କଲେ ଘରେ ପହଞ୍ଚି ଟିକାକରଣ କରାଯିବ। ଏହି ଯୋଜନା ୩-୪ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ବୋଲି ଆଶା କରାଯାଉଛି। ପୂର୍ବରୁ ଘର ପାଖରେ ଟିକାକରଣ କେନ୍ଦ୍ର କରାଯାଇଥିଲେ ବି ଅନେକ ଲୋକ ଆସିପାରିଲେନି। ଯେଉଁମାନେ ଟିକାକରଣ କେନ୍ଦ୍ରକୁ ଆସି ପାରୁନାହାନ୍ତି, କେବଳ ସେମାନଙ୍କୁ ଘରେ ଟିକା ଦିଆଯିବ। ଗୋଟିଏ ଡୋଜ ନେଲେ ପୂର୍ଣ୍ଣ ରୂପରେ ସୁରକ୍ଷିତ ନୁହେଁ। ତେଣୁ ଦ୍ୱିତୀୟ ଡୋଜ ନେବା ଜରୁରୀ। ବିଳମ୍ବ ହେଲେ ବି ଦ୍ୱିତୀୟ ଡୋଜ ନେବା ଜରୁରୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ