ଅପରାଧ ରାଜ୍ୟ

ବିଳମ୍ବିତ ରାତିରେ ଭୁଜାଲି ମାଡ, ଜଣେ ଗୁରୁତର

ବାରିପଦା ୧୮/୧୦: ବାରିପଦା ପୋଡାଅସ୍ତିଆ ଠାରେ କରମନାଚ ହେଉଥିବା ସମୟରେ ୪୨ ବର୍ଷୀୟା ଗଣେଶ ସିଂ ନାମକ ଜଣେ ଯୁବକଙ୍କୁ ଭୁଜାଲି ମାଡ କରିଥିଲେ ଦିଲ୍ଲୀପ ସିଂ । ଘଟଣା ସ୍ଥଳରେ ସେ ଗୁରୁତର ହେବାରୁ ତାଙ୍କୁ ବିଳମ୍ୱିତ ରାତିରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଅଭିଯୁକ୍ତ ଦିଲ୍ଲୀପ ସିଂ ନିଶାଶକ୍ତ ଅବସ୍ଥାରେ କରମନାଚ ସମୟରେ ଗଣ୍ଡଗୋଳ କରୁଥିବା ବେଳେ ତାଙ୍କୁ ଗ୍ରାମବାସୀ ମାନେ ଅଟକାଇଥିଲେ ।

ଏହି ଘଟଣା ପରେ ଅଭିଯୁକ୍ତ ଦିଲ୍ଲୀପ ସିଂ ରାଗ ରଖି ରାସ୍ତା ପାଖରେ ଥିବା ଲଟାଝାଡି ଭିତରେ ଭୁଜାଲି ଧରି ଲୁଚି ରହିଥିଲେ । ସେହି ବାଟଦେଇ ୪୨ ବର୍ଷୀୟା ଗଣେଶ ସିଂ ଯାଉଥିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ । ଏବେ ଗଣେଶ ସିଂଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଗ୍ରାମବାସୀ ମାନେ ଅଭିଯୁକ୍ତ ଦିଲ୍ଲୀପ ସିଂଙ୍କ ନାମରେ ଥାନରେ ଏକ ଏଫ.ଆଇ.ଆର. ଦେଇଛନ୍ତି । ଅଭିଯୁକ୍ତ ଦିଲ୍ଲୀପ ସିଂ ଫେରାର ଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।