ବ୍ରହ୍ମପୁର ୨୨/୧୧; ବ୍ରହ୍ମପୁର ଗେଟ ବଜାର ଅଞ୍ଚଳ ଏକ ହୋଟେଲ ନିକଟରେ ଅଗ୍ନିକାଣ୍ଡ। ଗୋଟିଏ ମୋଟର ସାଇକେଲ୍ ଏବଂ ସାଇକେଲ୍ରେ ନିଆଁ ଲାଗି ପୋଡିଯାଇଥିବା ସୂଚନା ମିଳିଛି। ତେବେ ବିଳମ୍ବିତ ରାତ୍ରିରେ କେହି ଦୁର୍ବୁତ୍ତ ମୋଟର ସାଇକେଲ ଓ ସାଇକେଲ ରେ ନିଆଁ ଲଗାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି। ମୋଟର ସାଇକେଲ ଓ ସାଇକେଲ ପୋଡି ନଷ୍ଟ ହୋଇ ଯାଇଥିବା ବେଳେ କାହିଁକି, କିଏ ନିଆଁ ଲଗାଇଛି ତାର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପଛର କାରଣ କଣ ଜାଣିବାକୁ ପୁଲିସ ତଦନ୍ତ ଜାରି କରିଛି।
ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇ ନାହାନ୍ତି। ତେବେ ହୋଟେଲ୍ କର୍ମକର୍ତ୍ତା ମାନେ ମଧ୍ୟ ଏ ସମ୍ପର୍କରେ କିଛି ଜାଣିନଥିବା କହିଛନ୍ତି। ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି କିଛି ଲୋକ ଏପରି ଘଟାଇ ଥାଇ ପାରନ୍ତି ବୋଲି ସନ୍ଦେହ ହେଉଛି।