ଦେଶ ବିଦେଶ

ବିଲ୍ଡିଂରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା ୯କୁ ବଢ଼ିଲା; ଅଚେତ ଅବସ୍ଥାରେ ଉଦ୍ଧାର ହେଉଛନ୍ତି ଲୋକ

ହାଇଦ୍ରାବାଦ୍‌: ହାଇଦ୍ରାବାଦର ନାମ୍ପାଲିରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାରେ ଏକ ଆବାସିକ କୋଠାରେ ଅଗ୍ନିକାଣ୍ଡ ଘଟି ପ୍ରଥମେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେ‌ଳେ ଏବେ ଏହା ୯ ଜଣକୁ ବୃଦ୍ଧି ପାଇଛି। ଏହି ଅଗ୍ନିକାଣ୍ଡ ଘଟିବା ପରେ ସେଠା‌ରୁ ଏବେ ସୁଦ୍ଧା ସମୁଦାୟ ୨୧ ଜଣଙ୍କୁ ଉଦ୍ଧାର କରାଯାଇ ସାରିଲାଣି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି।

ତେବେ ତଳେ ଏକ କାର୍‌ ମରାମତି କାର୍ଯ୍ୟ ଚଲୁଥିବା ବେଳେ ଅଚାନକ ବିସ୍ଫୋରଣ ଘଟିବାରୁ ଏପରି ହୋଇଛି ବୋଲି ଆମେ ପୂର୍ବରୁ ଜଣାଇଛୁ। ମିଳିଥିବା ଖବର ଅନୁଯାୟୀ ନିଆଁକୁ ନିୟନ୍ତ୍ରଣକୁ ନିଆଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଉପର ମହଲାରେ ଫସି ରହିଥିବା ଲୋକମାନଙ୍କୁ ଝରକା ବାଟ ଦେଇ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଉଛି।

ନିଆଁ ଲାଗିବା ପ୍ରଥମେ ତଳ ମହଲାରୁ ଆରମ୍ଭ ହୋଇଥିବା ବେଳ ଧୀରେ ଧୀରେ ଏହା ଅନ୍ୟ ସବୁ ମହଲାକୁ ବି ବ୍ୟାପିଗଲା। ଉପର ମହଲାରେ ବ୍ୟାପିବା ପରେ ନିଆଁ ଆହୁରି ଜୋର୍‌ ଜଳିଥିଲା। ପ୍ରଥମେ ପାଣି ପକାଇ ଅଗ୍ନିକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲେ ବି ହୋଇ ପାରିନଥିଲା। ଶେଷରେ ରାସାୟନିକ ପଦାର୍ଥ ଦ୍ବାରା ନିଆଁକୁ ଆୟତ୍ତ କରାଯାଛି।

ଏହି ଅଗ୍ନିକାଣ୍ଡ ପ୍ରାୟ ସକାଳ ୯.୩୫ରେ ଘଟଛି। ଅଗ୍ନିକାଣ୍ଡ ଘଟିବା ପରେ ଘଟଣାସ୍ଥଳ‌େ ଅନେକ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି। ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଜଣାପଡିନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ