ବାଙ୍କୀ ୩୦।୦୫ : ବିଦ୍ୟୁତ ତାର ସଂସ୍ପର୍ଶ ଆସି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମହାଦେବ ସାହୁ ବୋଲି ଜଣାପଡିଛି । ବାଙ୍କି ଥାନା ଭେଡ଼ା ରାମଚନ୍ଦ୍ରପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ଖବର ଅନୁଯାୟୀ, ସୋମବାର ସକାଳ ସମୟରେ ମହାଦେବ ବିଲକୁ କାମ କରିବାକୁ ଯାଉଥିଲେ । ଠିକ୍ ଏହି ସମୟରେ ପାଖ ଜମିରେ ଜଙ୍ଗଲୀ ବାର୍ହା ଶିକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ଆସିଥିଲେ ମହାଦେବ । ଯାହାଫଳରେ ସେ ଗୁରୁତର ହୋଇ ପଡିଯାଇଥିଲେ । ତୁରନ୍ତ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ବାଙ୍କି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।
ସେପଟେ ମୃତ୍ୟୁ ଖବର ପାଇ ପରିବାରରେ ଶୋକର ଛାୟା ଖେଳିଯାଇଛି । ଅଞ୍ଚଳରେ ବାରମ୍ବାର ଏଭଳି ଘଟଣା ଘଟୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥନ୍ତି ସ୍ଥାନୀୟଲୋକେ । ତୁରନ୍ତ ପଦକ୍ଷେପ ନେଇ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଦାବି ଉଠିଛି ।