ଦେଶ ବିଦେଶ

ବିରୋଧୀଙ୍କୁ ଅର୍ଥମନ୍ତ୍ରୀଙ୍କ ଜବାବ: ୨୦୦୯ ବଜେଟ୍‌ରେ ୨୬ ରାଜ୍ୟର ନାଁ ନିଆଯାଇନଥିଲା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କେନ୍ଦ୍ର ବଜେଟ୍‌ ପ୍ରସଙ୍ଗରେ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ବିଜେପି କେବଳ ଏହାର ମେଣ୍ଟ ସହଯୋଗୀ ତଥା ବିହାରରେ ଜେଡିୟୁ ଏବଂ ଆନ୍ଧ୍ରପ୍ର‌ଦେଶରେ ଟିଡିପିକୁ ସୁହାଇବା ଭଳି ବଜେଟ୍‌ ଆଣିଛି ବୋଲି ଭ୍ରାନ୍ତ ଧାରଣା ସୃଷ୍ଟି କରୁଛନ୍ତି। ଲୋକସଭାରେ ବଜେଟ୍‌ ଆଲୋଚନାରେ ସୀତାରମଣ କହିଛନ୍ତି, କେବଳ ଗୋଟିଏ ରାଜ୍ୟର ନାଁ ନିଆନଯିବା ମାନେ ନୁହେଁ ଯେ ବଜେଟ୍‌ରେ ଏହାକୁ କିଛି ମିଳିନାହିଁ। ଉପା ସରକାର ସମୟରେ ବଜେଟ୍‌ ଉପସ୍ଥାପନର ଉଦାହରଣ ଦେଇ ସେ କହିଛନ୍ତି, ୨୦୦୯-୧୦ ବଜେଟ୍‌ ଉପସ୍ଥାପନ ବେଳେ ୨୬ ରାଜ୍ୟର ନାଁ ନିଆଯାଇନଥିଲା। ୨୦୦୪-୦୫ ବଜେଟ୍‌ ଭାଷଣରେ ବି ୧୭ ରାଜ୍ୟର ନାଁ ନିଆଯାଇନଥିଲା। ଏହି ସବୁ ରାଜ୍ୟକୁ କ’ଣ କିଛି ଟଙ୍କା ମିଳିନଥିଲା। ଯଦି ସେମାନେ ଟଙ୍କା ବନ୍ଦ କରିଦେଇଥିବେ ତେବେ ସେମାନେ ଏହି ପ୍ରସଙ୍ଗ ଉଠାଇପାରିବେ।

ନିର୍ମଳା କହିଛନ୍ତି, ୨୦୦୫-୦୬ ବଜେଟ୍‌ରେ ୧୮ ରାଜ୍ୟର ନାଁ ନିଆଯାଇନଥିଲା ଏବଂ ୨୦୦୭-୦୮ରେ ୧୬ ରାଜ୍ୟର ନ‌ାଁ ନିଆଯାଇନଥିଲା। ୨୦୦୯-୧୦ ପୂର୍ଣ୍ଣକାଳୀନ ବଜେଟ୍‌ରେ ମଧ୍ୟ ୨୦ ରାଜ୍ୟର ନାଁ ନିଆଯାଇନଥିଲା। ନିଯୁକ୍ତି ପ୍ରସଙ୍ଗରେ ବି‌ରୋଧୀଙ୍କୁ ନିର୍ମଳା ଜବାବ ଦେଇଛନ୍ତି। ସେ କହିଛନ୍ତି, ଉପା ସରକାର ସମୟରେ କେବଳ ୨କୋଟି ନିଯୁକ୍ତି ସୃଷ୍ଟି କରାଯାଇଥିଲା। କିନ୍ତୁ ୧୦ ବର୍ଷର ଏନଡିଏ ସରକାରରେ ୧୨ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ବି‌ରୋଧୀମାନେ କୃଷକଙ୍କୁ ନେଇ ରାଜନୀତି କରୁଛନ୍ତି। କଂଗ୍ରେସ କେବଳ କୃଷକଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ସେହିଭଳି ମୁଦ୍ରାସ୍ଫୀତି ପ୍ରସଙ୍ଗରେ ମଧ୍ୟ ନିର୍ମଳା କଂଗ୍ରେସ ଓ ବିରୋଧୀଙ୍କୁ ଟା‌େର୍ଗଟ୍‌ କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ