ଖେଳ ଦେଶ ବିଦେଶ

ବିରାଟ କୋହଲିଙ୍କ ଠାରୁ ଏମ୍ଏସ୍ ଧୋନୀ ପର୍ଯ୍ୟନ୍ତ : କେତେ ଦରମା ପାଆନ୍ତି ଆଇପିଏଲ ଟିମ୍‌ର ଅଧିନାୟକ ? ଜାଣନ୍ତୁ…

ନୂଆଦିଲ୍ଲୀ ୧୯/୦୨ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL)ରେ ପ୍ରତିବର୍ଷ ଯେଉଁଭଳି ଭାବେ ଚୌକା ଏବଂ ଛକାର ବର୍ଷା ହୁଏ ସେହିଭଳି ପ୍ରତିବର୍ଷ ଖେଳାଳିମାନଙ୍କ ଉପରେ ଟଙ୍କାର ବର୍ଷା ହୁଏ । ଏହି ଲିଗ୍‌ ବିଶ୍ବର ଅନେକ କ୍ରିକେଟରଙ୍କୁ କୋଟିପତି କରିଛି । ଆଇପିଏଲ ସିଜିନ୍‌ ୨୦୨୧ରେ ଦକ୍ଷିଣ ଆଫ୍ରିକାର ଦୃତ ବୋଲର କ୍ରିସ୍‌ ମୋରିସ୍‌ଙ୍କୁ ସର୍ବାଧିକ ୧୬.୨୫ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ । ଏହା ସହିତ ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳୀ ହୋଇଯାଇଛନ୍ତି । କିନ୍ତୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କର ଦରମା ତାଙ୍କ ଠାରୁ ମଧ୍ୟ ଅଧିକ । ନଜର ପକାନ୍ତୁ କେଉଁ ଦଳର ଅଧିନାୟକଙ୍କ କେତେ ଦରମା ।

ବିରାଟ କୋହଲି :

ଆଇପିଏଲ ପ୍ରଥମ ସିଜିନ୍‌ରୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ୍‌ର ଅଧିନାୟକ ଅଛନ୍ତି । ୨୦୦୮ ଆଇପିଏଲ ଅକ୍ସନରେ କୋହଲିଙ୍କୁ ମାତ୍ର ୧୨ ଲକ୍ଷ ଟଙ୍କାରେ କିଣିଥିଲା ଆରସିବି । କିନ୍ତୁ ୨୦୨୧ରେ କୋହଲିଙ୍କୁ ୧୭ କୋଟି ଟଙ୍କା ଦରମା ଦେବ ବେଙ୍ଗାଲୁରୁ ।

ରୋହିତ ଶର୍ମା:

ମୁମ୍ବାଇ ଇଣ୍ଡିଆନ୍ସକୁ ନିଜ ଅଧିନାୟକତ୍ବରେ ୫ ଥର ଚାମ୍ପିୟନ କରିଥିବା ରୋହିତ ଶର୍ମା ୨୦୧୩ରୁ ଏହି ଫ୍ରାଞ୍ଚାଇଜ୍‌ର ସଦସ୍ୟ ଅଛନ୍ତି । ଆଇପିଏଲ ୨୦୨୧ରେ ରୋହିତ ଶର୍ମାଙ୍କୁ ୧୫ କୋଟି ଟଙ୍କାରେ କରିଛି ମୁମ୍ବାଇ ।

ଏମ୍‌ଏସ୍‌ ଧୋନୀ :

ନିଜ ଦମରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଆଇପିଏଲରେ ୩ ଥର ଚାମ୍ପିୟନ କରିଛନ୍ତି ମହେନ୍ଦ୍ର ସିଂ ଧୋନୀ । ଆଇପିଏଲ ୨୦୨୧ରେ ଧୋନୀଙ୍କୁ ଚେନ୍ନାଇ ୧୫ କୋଟି ଟଙ୍କାରେ କିଣିଛି ।

ଶ୍ରେୟସ୍‌ ଆୟର :

ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ୍‌ ଆୟରଙ୍କ ଦରମା ସବୁଠାରୁ କମ୍ । ସେ ଗତ ଦୁଇ ବର୍ଷ ହେଲା ଏହି ଫ୍ରାଞ୍ଚାଇଜ୍‌ର ଅଧିନାୟକ ଅଛନ୍ତି । IPL ୨୦୨୧ରେ ଶ୍ରେୟସ୍‌ ଆୟରଙ୍କୁ ୭ କୋଟି ଟଙ୍କା ମିଳିବ ।

ଡେଭିଡ୍ ଓ୍ବାର୍ଣ୍ଣର : ସନରାଇଜର୍ସ ହାଇଦରାବାଦର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ ଏବଂ କ୍ୟାପଟେନ୍‌ ଡେଭିଡ୍‌ ଓ୍ବାର୍ଣ୍ଣର ୩ ଥର ଅରେଞ୍ଜ୍‌ କ୍ୟାପ୍‌ ନିଜ ନାଁରେ କରିଛନ୍ତି । IPL ୨୦୨୧ରେ ଓ୍ବାର୍ଣ୍ଣରଙ୍କ ଦରମା ୧୨.୫୦ କୋଟି ରହିଛି ।

କେଏଲ ରାହୁଲ :

ପଞ୍ଜାବ କିଙ୍ଗସ୍‌ (ପୂର୍ବରୁ କିଙ୍ଗସ୍‌ ଇଲେଗେନ୍‌ ପଞ୍ଜାବ) ଆଇପିଏଲ ୨୦୨୦ରେ କେଏଲ ରାହୁଲଙ୍କୁ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତି ଦେଇଥିଲା । ରାହୁଲ ୨୦୧୮ରୁ ଏହି ଫ୍ରାଞ୍ଚାଇଜ୍‌ ସହିତ ଜଡିତ ଅଛନ୍ତି । ଆଇପିଏଲ ୨୦୨୧ରେ ପଞ୍ଜାବ ରାହୁଲ ଦରମା ଆକାରରେ ୧୧ କୋଟି ଟଙ୍କା ଦେବ ।

ଇଅନ୍‌ ମୋର୍ଗାନ୍ :

ନିଜ ଅଧିନାୟକତ୍ବ ୨୦୧୯ରେ ଇଂଲଣ୍ଡକୁ ଆଇସିସି ଦିନିକିଆ ବିଶ୍ବ ଚାମ୍ପିୟନ କରାଇଥିବା ଇଅନ୍‌ ମୋର୍ଗାନ୍‌ଙ୍କୁ କୋଲକାତା ଗତ ସିଜିନ୍‌ରେ ଅଧିନାୟକ କରିଥିଲା । ଆଇପିଏଲ ୨୦୨୧ରେ ମୋର୍ଗାନ୍‌ଙ୍କୁ ୫.୨୫ କୋଟି ଦରମା ଦେବ କୋଲକାତା ନାଇଟ୍‌ ରାଇଡର୍ସ ।

ସଞ୍ଜୁ ସାମସନ୍‌ :

ଓ୍ବିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମସନ୍‌ ଆଇପିଏଲ ଡେବ୍ୟୁ ରାଜସ୍ଥାନ ରୟାଲ୍ସ ସହ କରିଥିଲେ । ୨୦୧୬ ଆଇପିଏଲ ଅକ୍ସନ୍‌ରେ ସେ ଦିଲ୍ଲୀ ଟିମ୍‌କୁ ଚାଲିଯାଇଥିଲେ । କିନ୍ତୁ ୨୦୧୮​‌ରେ ପୁଣିଥରେ ରାଜସ୍ଥାନ ଟିମ୍‌କୁ ଫେରିଆସିଥିଲେ । ରାଜସ୍ଥାନ ସଞ୍ଜୁ ସାମସନ୍‌ଙ୍କୁ ୨୦୨୧ ଆଇପିଏଲ ପାଇଁ ଅଧିନାୟକ କରିଛି । ତାଙ୍କର ଦରମା ୮ କୋଟି ଟଙ୍କା ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ