ଅପରାଧ ରାଜ୍ୟ

ବିରଳ ଘଟଣା: ଜଣେ ଯୁବକଙ୍କୁ ୪ ମହିଳାଙ୍କ ଅପହରଣ ଓ ଦୁଷ୍କର୍ମ ଅଭିଯୋଗ

ଜଳନ୍ଧର: ମହିଳାମାନେ ଅପହରଣ ଓ ବଳାତ୍କାରର ଶିକାର ହେବା କଥା ନୂଆ ନୁହେଁ। ମାତ୍ର ଜଳନ୍ଧରରେ ଏକ ବିପରୀତ ଘଟଣା ଚର୍ଚ୍ଚିତ ହୋଇଛି। ଜଣେ ଯୁବକଙ୍କୁ ୪ ଜଣ ମହିଳା ଅପହରଣ କରି, ଆଖିରେ ରାସାୟନିକ ସ୍ପ୍ରେ କରି ଏବଂ ନିଶା ଖୁଆଇ ଏକ ଜଙ୍ଗଲକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ପରେ ସେମାନେ ବିଳମ୍ବିତ ରାତିରେ ଉକ୍ତ ଯୁବକକୁ ଏକ ନିକାଞ୍ଚନ ସ୍ଥାନରେ ଫୋପାଡ଼ି ଦେଇ ଚାଲିଯାଇଥିଲେ।

ସମ୍ପୃକ୍ତ ଯୁବକ ଜଣକ ଏ କଥା ଥାନାରେ ନ ଜଣାଇ ସ୍ଥାନୀୟ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ତାଙ୍କ ସ୍ତ୍ରୀ କୁଆଡ଼େ ଥାନାରେ ଅଭିଯୋଗ କରିବାକୁ ମନା କରିଛନ୍ତି। ତାଙ୍କ ସ୍ତ୍ରୀ ତାଙ୍କୁ କହିଛନ୍ତି- ଜୀବନ ନେଇ ଫେରିଛ, ସେତିକି ଆମ ପାଇଁ ବଡ଼ କଥା। ଥାନାରେ ଜଣାଇ କୋର୍ଟକଚେରି, ତଦନ୍ତ ଆଦି ଝାମଲାରେ ପଶିବା କି ଦରକାର?

ଯୌନ ଉଦ୍ଦେଶ୍ୟ ରଖି ତାଙ୍କୁ ଅପହରଣ କରାଯାଇଥିଲା ବୋଲି ଏକ ଚମଡ଼ା କାରଖାନାରେ ଶ୍ରମିକ ଭ‌ାବେ କାମ କରୁଥିବା ଯୁବକ ଜଣକ ମିଡ଼ିଆ ଆଗରେ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ସେ ସୋମବାର କାମ ସାରି କପୁରତାଲା ରୋଡ୍‌ ଦେଇ ଘରକୁ ଫେରୁଥିବା ବେଳେ ଏକ କାର ଆସି ତାଙ୍କ ଆଗରେ ଅଟକିଲା, ଯେଉଁଥିରେ ଚାରିଜଣ ଝିଅ ଥିଲେ। ସମସ୍ତଙ୍କ ବୟସ ୨୦ରୁ ୨୫ ବର୍ଷ ଭିତରେ ହେବ। ଝିଅମାନେ ଏକ କାଗଜରେ ଲେଖାଥିବା ଠିକଣା ଦେଖାଇ ଜାଗାଟା କେଉଁଠି ବୋଲି ତାଙ୍କୁ ପଚାରିଲେ। ସେ କାଗଜକୁ ଚାହିଁବା ମାତ୍ରେ ସେମାନେ ତାଙ୍କ ଆଖିକୁ କିଛି ରାସାୟନିକ ସ୍ପ୍ରେ କରିଦେଲେ ଯାହାଫଳରେ ତାଙ୍କୁ କିଛି ଦେଖାଗଲା ନାହିଁ ଏବଂ ସେ ମୂର୍ଚ୍ଛା ହୋଇଗଲେ। ଚେତା ଆସିବା ପରେ ସେ କାରରେ ହାତପାଦ ବନ୍ଧା ଅବସ୍ଥାରେ ନିଜକୁ ଆବିଷ୍କାର କଲେ। ସେମାନେ ତାଙ୍କୁ ଏକ ଅଜଣା ସ୍ଥାନକୁ ନେଇଗଲେ। ସେମାନେ ସମସ୍ତେ ମଦ ପିଇବା ସହ ତାଙ୍କୁ ପିଇବାକୁ ବାଧ୍ୟ କଲେ। ତା’ପରେ ଜଣକ ପରେ ଜଣେ ତାଙ୍କ ସହ ଦୁଷ୍କର୍ମ କଲେ। ଏହାପରେ ରାତି ପ୍ରାୟ ୩ଟା ବେଳେ ସେମାନେ ତାଙ୍କ ହାତ ଓ ଆଖି ବନ୍ଧା ଅବସ୍ଥାରେ ଏକ ନିକାଞ୍ଚନ ସ୍ଥାନରେ ଫୋପାଡ଼ି ଦେଇ ଚାଲିଗଲେ।

ଯୁବକଙ୍କ କହିବା ଅନୁସାରେ ଝିଅମାନେ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ପରିବାରର ବୋଲି ଜଣାପଡ଼ୁଥିଲେ। ସମସ୍ତେ ପରସ୍ପର ସହ ମୁଖ୍ୟତଃ ଇଂଲିଶରେ କଥା ହେଉଥିଲେ। କିନ୍ତୁ ତାଙ୍କ ସହ କେବଳ ପଞ୍ଜାବୀରେ କଥା ହେଉଥିଲେ। ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ପଞ୍ଜାବ ପୁଲିସ ନିଜ ଆଡ଼ୁ ତଦନ୍ତ ହାତକୁ ନେଇଥିବା ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।