ରାଜନୀତି ରାଜ୍ୟ

ବିଭିନ୍ନ ବୁଥ୍‌ରେ ଇଭିଏମ୍ ଅଚଳ: ମତଦାନରେ ବିଳମ୍ବ

ଯାଜପୁର/କାକଟପୁର/ନିମାପଡା : ଯାଜପୁର ବିଧାନସଭା ମଣ୍ଡଳୀ ୯୮ ନମ୍ବର ବୁଥ୍‌ରେ ଇଭିଏମ ଅଚଳ। ଫଳରେ ମତଦାନ ଆରମ୍ବ ହୋଇପାରିନି। କାକଟପୁର ପଞ୍ଚାୟତର ୧୫୭ ନମ୍ବର ବୁଥ୍‌ରେ ଇଭିଏମ ଅଚଳ ହୋଇପଡ଼ିଛି। ଫଳରେ ମତଦାନରେ ବିଳମ୍ବ ହୋଇଛି।

ସେହିପରି ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋପ ବ୍ଲକର ୨୬୩ ଓ ୨୬୪ ବୁଥ୍‌ରେ ଇଭିଏମ ଅଚଳ। ନାଗପୁରର ୧୩୯ ନମ୍ବର ବୁଥ୍‌ରେ ଅଚଳ। ଭୋଟର ମତଦାନ କରିବାକୁଧାନିବାନ୍ଧି ରହିଛନ୍ତି। ନୂଆଖୋଲମରା ପଂଚାୟତର ୧୦୨ ବୁଥ୍‌ର ଇଭିଏମ ଅଚଳ ହୋଇଛି। ଫଳରେ ମତଦାନ ପ୍ରକ୍ରିୟାରେ ବିଳମ୍ବ ହୋଇଛି।

ଶେଷ ପର୍ଯ୍ୟାୟ ନିର୍ବାଚନରେ ନିମାପଡା ମଣ୍ଡଳୀ ଗୋପ ଅଞ୍ଚଳରେ ବ୍ୟାପକ ଅବ୍ୟବ୍ୟସ୍ଥା ଦେଖାଦେଇଛି । ୧୦ ରୁ ଉର୍ଦ୍ଧ୍ବ ବୁଥ୍‌ରେ ଇଭିଏମ ଅଚଳ ଯୋଗୁ ମତଦାନରେ ବିଳମ୍ବ ହୋଇଛି । ଏନେଇ ଗୋପ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ ପରିସରରେ ହୋଇଥିବା ବୁଥ୍‌ରେ ଅସନ୍ତୋଷ ଦେଖାଦେଇଛି । ବାଙ୍ଗିରିପୋଷୀରେ ମଧ୍ୟ ୯୪ ନମ୍ବର ବୁଥରେ ଇଭିଏମ ଅଚଳ ଯୋଗୁ ମତଦାନରେ ବିଳମ୍ବ ହେଇଛି ।

ସୋର ନିର୍ବାଚନ ମଣ୍ଡଳୀ ପୌରପାଳିକାରେ ବୁଥ ନଂ ୮୩, ମୂଳିସିଂ ପଂଚାୟତ ଥାଳାର ୧୧୧ ନମ୍ବର ବୁଥ୍‌ରେ ଇଭିଏମ ତ୍ରୁଟି ଯୋଗୁ ମତଦାନ ଆରମ୍ଭ ହୋଇ ପାରିନି। ଭୋଟ୍ ଦେବାକୁ ଭୋଟର ମାନଙ୍କ ଭିଡ ଜମିବାରେ ଲାଗିଛି।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ପଂଚାୟତର ୧୦୪ ନମ୍ବର ବୁଥ୍‌ରେ ଇଭିଏମ୍ ମେସିନ ଅଚଳ। ବହୁ ସମୟ ଧରି ଲମ୍ବା ଲାଇନରେ ଲୋକେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର