ରାଜ୍ୟ ସ୍ପେଶାଲ ରିପୋର୍ଟ

ବିବାହ କଲେ ବିଧାୟକ ଦିବ୍ୟଶଙ୍କର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭବାନୀପାଟଣା /ପିପିଲି : ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଭୁବନେଶ୍ୱର-ପିପିଲି ରାସ୍ତାର ଆଡଭେଞ୍ଚର୍‌ ହୋଟେଲ୍‌ ଆଣ୍ଡ ରିସର୍ଟରେ ଗୋଲାମୁଣ୍ଡା ବ୍ଲକ୍‌ ଦେକୋଟ ଗ୍ରାମର ସଫ୍ଟୱେର୍‌ ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ସହିତ ତାଙ୍କର ହାତଗଣ୍ଠି ପଡ଼ିଛି। ଉଭୟ ଦିବ୍ୟଶଙ୍କର ଓ ପ୍ରିୟଙ୍କାଙ୍କର ଏହା ଦ୍ବିତୀୟ ବିବାହ ବୋଲି ଜଣାପଡ଼ିଛି।

ହସ୍ତଗତ ସୂଚନା ଅନୁସାରେ, ପୂର୍ବାହ୍ନରେ ନିର୍ବନ୍ଧ କାର୍ଯ୍ୟକ୍ରମ ଶେଷ ହେବାପରେ ଅପରାହ୍ନ ସାଢ଼େ ଗୋଟାଏଠାରୁ ସାଢ଼େ ଦୁଇଟା ମଧ୍ୟରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏହି ବିବାହକୁ ଅତ୍ୟନ୍ତ ଗୋପନୀୟ ରଖିବା ପାଇଁ ଚେଷ୍ଟା କରାଯାଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ଖବର ପ୍ରଘଟ ହୋଇ ଯାଇଥିଲା। ବିବାହକୁ ଦୃଷ୍ଟିରେ ରଖି ରିସର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି।

ନିର୍ବନ୍ଧ ପରେପରେ ବିବାହ କାର୍ଯ୍ୟ ସମ୍ପନ୍ନ
ଉଭୟଙ୍କର ଦ୍ବିତୀୟ ବିବାହ, ପୂର୍ବରୁ ଛାଡ଼ପତ୍ର ଦେଇଛନ୍ତି

ଉଲ୍ଲେଖଯୋଗ୍ୟ ଯେ ଦିବ୍ୟଶଙ୍କର ଜୟପାଟଣାରେ ୨୦ ବର୍ଷ ତଳେ ସ୍ୱର୍ଗତ ଗୌତମ ପଣ୍ଡାଙ୍କ ଝିଅ ସୁସ୍ମିତାଙ୍କୁ ପ୍ରଥମ ବିବାହ କରିଥିଲେ। ୧୦ବର୍ଷ ତଳେ ରାୟପୁରରେ ବିବାହ ବିଚ୍ଛେଦ ହୋଇଥିଲା। ତାଙ୍କ ପ୍ରଥମ ପତ୍ନୀଙ୍କ ଗୋଟିଏ ପୁଅ ଅଛନ୍ତି ଏବଂ ସେ ବିଦେଶରେ ପାଠ ପଢୁଛନ୍ତି। ସେହିଭଳି, ପ୍ରିୟଙ୍କା ଭୁବନେଶ୍ୱର ଟାଟା ପାୱାର କମ୍ପାନିରେ ସଫ୍ଟୱେର ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ବାପା ଭବାନୀ ଅଗସ୍ତି କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ ଅବସରପ୍ରାପ୍ତ ମ୍ୟାନେଜର୍‌ ଅଟନ୍ତି। ପ୍ରିୟଙ୍କା ଧର୍ମଗଡ଼ର ସଫ୍ଟୱେର ଇଞ୍ଜିନିୟର ମାନସ ପଣ୍ଡାଙ୍କୁ ଗତ ୬ବର୍ଷ ତଳେ ବିବାହ କରିଥିଲେ। ବର୍ତ୍ତମାନ ମାନସ ବେଙ୍ଗାଲୁରୁଠାରେ କାର୍ଯ୍ୟରତ ଅଛନ୍ତି। ୨ବର୍ଷ ତଳେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଜୁନାଗଡ଼ ବିଧାୟକ ଶକ୍ତିମନ୍ତ୍ରୀ ଥିବାବେଳେ ପ୍ରିୟଙ୍କାଙ୍କୁ ଟାଟା ପାୱାରରେ ତାଙ୍କ ସୁପାରିସ କ୍ରମେ ନିଯୁକ୍ତି ମିଳିଥିଲା। ସେବେଠାରୁ ବିଧାୟକ ଓ ପ୍ରିୟଙ୍କାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ନେଇ ଚର୍ଚ୍ଚା ହେଉଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।