ଅପରାଧ ରାଜ୍ୟ

ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ, ସ୍ତ୍ରୀ ଓ ପିଲାଙ୍କୁ ନେବାକୁ ଆସିଥିଲେ ଶ୍ୱଶୁର ଘର

ଜି.ଉଦୟଗିରି ୧୨।୦୬ : ବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ । ମୃତକ ଟିକାବାଲି ଥାନା ପାଣିଙ୍ଗିଆ ଗାଁର ନରେଶ ଦିଗାଳ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ନରେଶ ଦିଗାଳ ଶ୍ରୀରାମ ପଦା ଗାଁରେ ବିବାହ କରିଥିଲେ । ତାଙ୍କର ଚିରି ପୁଅ ଝିଅ ନେଇ ସଂସାର । ତେକେ କିଛିଦିନ ହେବ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିଲା । ସ୍ତ୍ରୀ ପୁଅଝିଅକୁ ନେଇ ଶ୍ରୀରାମ ପଦା ସ୍ଥିତ ନିଜ ବାପାଙ୍କ ଘରକୁ ଆସିଥିଲେ । ଯେଉଁଥିଲାଗି ଯୁବକ ଜଣଙ୍କ ମାନସିକ ଭାବେ ଭାଙ୍ଗିପଡିଥିଲେ । ନରେଶ ବୁଝାସୁଝା କରି ସ୍ତ୍ରୀ ଓ ପିଲାଙ୍କୁ ନେବା ପାଇଁ ଶ୍ରୀରାମ ପଦା ଆସିଥିଲେ । ହେଲେ ହଠାତ୍‌ ଏବେ ତାଙ୍କର ମୃତଦେହ ମିଳିଛି । ଏକ ଶାଗୁଆଳ ଗଛରେ ବେଡ୍‌ସିଟ୍‌ ସହାୟତାରେ ଝୁଲୁଥିବାର ଦେଖିବାକୁ ମିଳିଛି ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଏକ ଅପମୃତ୍ୟୁ ମାମଲା ମଧ୍ୟ ରୁଜୁ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।