ନୂଆଦିଲ୍ଳୀ ୦୨।୧୧: ଶ୍ୟାମଳି ହୋଇଥିବାରୁ ମୃତ୍ୟୁ ଦଣ୍ଡ … ଏହା ଶୁଣିକି ଅଜବ ଲାଗୁଥିବ। ହେଲେ ଝାନସୀର ଜଣେ ବାପା ତାଙ୍କ ଜ୍ଵାଇଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ବାପା ଅଭିଯୋଗ କରିଛନ୍ତି ଯେ ଶ୍ୟାମଳି ହୋଇଥିବାରୁ ଜ୍ଵାଇଁ ତାଙ୍କ ଝିଅକୁ ମାରିକି କରି ଫାଶୀରେ ଝୁଲାଇ ଦେଇଛନ୍ତି। ବିବାହର ୬ମାସ ପରେ ମହିଳା ଜଣକ ଫାଶୀ ଲଗାଇଥିବାର ଦେଖିବାକୁ ମିଳିଥିଲା। ଝିଅର ପରିବାର ଲୋକ ତାଙ୍କୁ ଶାଶୁଘରେ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି।
ଝିଅ ପିତା ଅଭିଯୋଗ କରିଛନ୍ତି ଯେ ତାଙ୍କର ଏକମାତ୍ର ଝିଅ ଜ୍ୟୋତି। ସେ ମେ ମାସରେ ଝାନସିର ଅନୁରାଗ ଆର୍ଯ୍ୟଙ୍କୁ ବିବାହ କରିଥିଲେ। ବିବାହରେ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଏହା ପରେ ମଧ୍ୟ ଶାଶୁ ଘର ଲୋକେ ଚାରି ଚକିଆ ଯାନ ମାଗିଥିଲେ। ଜମି ବିକ୍ରି କରି ନବାରୁ ଝିଅର ରଙ୍ଗ ଶାମଳ ତଥା କଳା କହି ଝିଅକୁ ବହୁତ ହଇରାଣ କରୁଥିଲେ। ଦୁଇ ମାସ ଘରେ ରହିବା ପରେ କରାବାଚୌଥ୍ ଦୁଇ ଦିନ ପୂର୍ବରୁ ଝିଅକୁ ତାଙ୍କ ଶାଶୁ ଘରକୁ ପଠାଇଥିଲେ। ଅନୁରାଗ ଜଣେ ଇଞ୍ଜିନିୟର ଏବଂ ପ୍ରାଇଭେଟ୍ କମ୍ପାନୀରେ କାମ କରୁଥିବାବେଳେ ତାଙ୍କ ବାପା ବ୍ୟାଙ୍କରୁ ଅବସର ନେଇଛନ୍ତି। ଜ୍ଵାଇଁଙ୍କର ଏହା ଦ୍ଵିତୀୟ ବିବାହ ହୋଇଥିଲା। ବିବାହ ସମୟରେ ଏହି ସବୁ କଥାକୁ ଲୁଚାଇ ରଖିଥିଲେ।
ରବିବାର ସକାଳ ଜ୍ୟୋତି ତାଙ୍କ ମାଆଙ୍କ ସହ ଫୋନ୍ରେ କଥା ହୋଇଥିଲେ। ସେହି ସମୟରେ ଜ୍ଵାଇଁ ଆସି ଯାଇଥିଲେ। ଏହା ପରେ ମୋବାଇଲ୍ ବନ୍ଦ ହୋଇଗଲା। ଯେତେବେଳେ ମା ଦୁଇଥର ଫୋନ୍ କଲେ, ଫୋନ୍ ରିସିଭ୍ କରି ନଥିଲେ। ପରେ ଶାଶୁ ଘର ଲୋକ ଫୋନ କରି ଜ୍ୟୋତିର ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। ପୋଲିସ ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ସଦସ୍ୟଙ୍କୁ ମୃତଦେହ ହସ୍ତାନ୍ତର କରିଥିଲା ।