ଦେଶ ବିଦେଶ ମନୋରଞ୍ଜନ

ବିବାହର ୩ ମାସ ପରେ ରେଜିଷ୍ଟ୍ରି ମ୍ୟାରେଜ୍‌ କଲେ ଭିକି-କ୍ୟାଟ୍ରିନା, ପରିବାରଙ୍କ ସହ କୋର୍ଟରେ ପହଞ୍ଚିଲେ କପଲ

ନୂଆଦିଲ୍ଲୀ ୨୪।୦୩ : ବଲିଉଡର ପ୍ରସିଦ୍ଧ ଦମ୍ପତି କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।, ସେମାନଙ୍କ ବିବାହ ବର୍ତ୍ତମାନ ତିନିମାସ ହୋଇଛି। ବର୍ତ୍ତମାନ ଉଭୟେ ମଧ୍ୟ ସେମାନଙ୍କର ବିବାହକୁ କୋର୍ଟରେ ପଞ୍ଜୀକୃତ କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକିଙ୍କ ପରିବାର ଉପସ୍ଥିତିରେ ବିବାହ ପଞ୍ଜିକରଣ ତଥା ରେଜେଷ୍ଟ୍ରି ମ୍ୟାରେଜ୍‌ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହୋଇଛି। କହିବାକୁ ଗଲେ ଗତ ବର୍ଷ ଡିସେମ୍ବର ୯ରେ କ୍ୟାଟ୍ରିନା ଏବଂ ଭିକି ରାଜସ୍ଥାନରେ ବିବାହ କରିଥିଲେ। ଏହି ରାଜକୀୟ ବିବାହରେ କେବଳ ବଲିଉଡ ଇଣ୍ଡଷ୍ଟ୍ରିର କିଛି ଲୋକମାନେ ସାମିଲ୍‌ ହୋଇଥିଲେ ।

ଗଣମାଧ୍ୟମ ରିପୋର୍ଟରେ ଅନୁଯାୟୀ ଯେ ଦୁହେଁ ଶନିବାର (ମାର୍ଚ୍ଚ ୧୯, ୨୦୨୨) ରେ ତାଙ୍କ ବିବାହ ପଞ୍ଜିକୃତ କରିଛନ୍ତି। କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ କ୍ୟାଟ୍ରିନା ଏବଂ ଭିକିଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ଯେଉଁଥିରେ ଉଭୟ ପରିବାର ସହ ଦେଖିବାକୁ ମିଳିଥିଲା । ଏହି ଭିଡିଓଟି କେବଳ ସେହି ଦିନର। ଦୁହେଁ ବିବାହ ପଞ୍ଜୀକରଣ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ଏହି ଦମ୍ପତି ପୁରା ପରିବାର ସହିତ ଦେଖିବାକୁ ମିଳିଥିଲେ। ଏହା ପରେ ପୁରା ପରିବାର ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଦେଖିବାକୁ ମିଳିଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ