ଦେଶ ବିଦେଶ ମନୋରଞ୍ଜନ

ବିବାହର ୨ ବର୍ଷ ପରେ ସ୍ବାମୀଙ୍କୁ ସର୍ବସାଧାରଣକୁ ଆଣିବାର ନିଷ୍ପତ୍ତି ନେଲେ ରାକ୍ଷୀ ସାୱନ୍ତ

ମୁମ୍ବାଇ: ପୁଣି ଚର୍ଚ୍ଚାରେ କଣ୍ଟ୍ରୋଭର୍ସି କୁଇନ୍‌ ରାକ୍ଷୀ ସାୱନ୍ତ। ତାଙ୍କ ବିବାହ ଏକ ରହସ୍ୟ ହୋଇ ରହିଥିବା ବେଳେ ସେ ନିକଟରେ କହିଛନ୍ତି କି ଏବେ ସମୟ ଆସିଯାଇଛି ‌ଯେ ସେ ନିଜ ସ୍ବାମୀଙ୍କୁ ସର୍ବସାଧାରଣରେ ପରିଚିତ କରାଇବେ।

ରାକ୍ଷୀ କେବେ ଓ କେଉଁଠି ବିବାହ କଲେ ତାହାର ଖବର କାହା ପାଖରେ ନାହିଁ। ମାତ୍ର ଦୀର୍ଘ ୨ ବର୍ଷ ହେବ ସେ ସିନ୍ଦୂର ପିନ୍ଧିବା ସହ ସୋସିଆଲ୍‌ ମିଡିଆରେ ନିଜକୁ ବିବାହିତାର ପରିଚୟ ଦେଇ ଆସୁଛନ୍ତି। ତାଙ୍କ କହିବା ଅନୁସାରେ ସେ ଗତ ୨ ବର୍ଷ ତଳୁ ରିତେଶଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ରାକ୍ଷୀ କନ୍ୟା ବେଶ ହୋଇ ଛାଡୁଥିବା ଫଟୋ ଓ ଭିଡିଓ ବ୍ୟତୀତ ସେ ବାସ୍ତବରେ ବିବାହ କରିଛନ୍ତି ବୋଲି କୌଣସି ପ୍ରମାଣ ନାହିଁ।

ରାକ୍ଷୀ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ‘ଲୋକମାନେ, ବିଶେଷ କରି ମୋ ପ୍ରଶଂସକମାନେ ତାଙ୍କୁ ଦେଖିବାକୁ ଚାହାନ୍ତି। ମୁଁ ଯେବେଠାରୁ ତାଙ୍କୁ ବିବାହ କରିଛି ଓ ବିଗ୍‌ ବସ୍‌ରେ ପ୍ରବେଶ କରିଛି ତାଙ୍କୁ ଦେଖିବା ପାଇଁ ଅନେକ ଲୋକ ମୋତେ ଅନୁରୋଧ କରିଛନ୍ତି। ତାଙ୍କୁ ସମସ୍ତଙ୍କ ସହ ପରିଚିତ କରାଇବାର ସମୟ ଏବେ ଆସିଯାଇଛି। ଏପରିିକି ମୁଁ ତାଙ୍କୁ ଧମକ ବି ଦେଇଛି ଯେ ତାଙ୍କୁ ସମସ୍ତଙ୍କ ସାମ୍ନାକୁ ଆସିବାକୁ ହେବ। ସେତେବେଳେ କ’ଣ ହେବ ଯଦି ସଲ୍‌ମାନ ସାର୍‌ ତ‌ାଙ୍କୁ ଭେଟିବାକୁ ଚାହିଁବେ ତ?’

ରାକ୍ଷୀ କହିଛନ୍ତି ଯେ ସେ ଖୁବ୍ କଠିନ ସମୟ‌ରେ ରିତେଶଙ୍କୁ ବିବାହ କରିଥିଲେ। ତାଙ୍କ ସ୍ବାମୀ ବ୍ରିଟେନର ଜଣେ ବ୍ୟବସାୟୀ। ତାଙ୍କର ପ୍ରେମରୁ ବ୍ୟବସ୍ଥିତ ବିବାହ ହୋଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ