ଦେଶ ବିଦେଶ ମନୋରଞ୍ଜନ

ବିବାଦରେ ଫସିଲେ ଅଭିନେତା ଭିକି କୌଶଲ: ଥାନାରେ ମାମଲା ରୁଜୁ, ଜାଣନ୍ତୁ କ’ଣ ରହିଛି ମାମଲା

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲଙ୍କ ବିରୋଧରେ ମଧ୍ୟପ୍ରଦେଶ ଇନ୍ଦୌରରେ ମାମଲା ରୁଜୁ ହୋଇଛି । ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ, କିଛି ଦିନ ପୂର୍ବରୁ ଭିକି କୌଶଲ ଓ ସାରା ଅଲ୍ଲି ଖାନ୍ ଯେଉଁ ନମ୍ବର ବାଇକରେ ବୁଲୁଥିବାର ଦେଖିବାକୁ ମିଳିଥିଲା, ତାହା ତାଙ୍କ ସ୍କୁଟିର ନମ୍ବର । କିନ୍ତୁ ବିନା ଅନୁମତିରେ ସେମାନେ ତାଙ୍କ ସ୍କୁଟିର ନମ୍ବର ବ୍ୟବହାର କରିଥିଲେ । ଏହି ମାମଲାକୁ ନେଇ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି ।

ଅଭିଯୋଗକାରୀ ଜୟ ସିଂହ ଯାଦବ କହିଛନ୍ତି ଯେ, ‘ଫିଲ୍ମର ଏକ ଦୃଶ୍ୟରେ ମୋ ଗାଡ଼ି ନମ୍ବର ବ୍ୟବହୃତ ହୋଇଛି । ଫିଲ୍ମ ୟୁନିଟକୁ ଏବ ବିଷୟରେ ଜଣା ଅଛି କି ନାହିଁ ବୋଲି ମୁଁ ଜାଣିନି, କିନ୍ତୁ ଏହା ବେଆଇନ୍ ଅଟେ । ବିନା ଅନୁମତିରେ ସେମାନେ ମୋ ନମ୍ବରକୁ ବ୍ୟବହାର କରିପାରିବେ ନାହିଁ । ମୁଁ ପୋଲିସ ଷ୍ଟେସନରେ ଅଭିଯୋଗ କରିଛି । ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ।’ ଅନ୍ୟପଟେ ନମ୍ବର ପ୍ଲେଟକୁ ବେଆଇନ ଭାବେ ବ୍ୟବହାର କରାଯାଇଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ତେବେ କିଛି ଦିନ ପୂର୍ବରୁ ଭିକି କୌଶଲ ଓ ସାରା ଅଲ୍ଲି ଖାନଙ୍କ ଏକ ଫଟୋ ଭାଇରାଲ ହୋଇଥିଲା । ଫଟୋରେ ଦୁହେଁ ବାଇକରେ ବସି ଇନ୍ଦୌରର ରାସ୍ତାରେ ବୁଲୁଥିବାର ନଜର ଆସିଥିଲେ । ମିଳିଥିବା ସୂଚନା ମୁତାବକ, ଉଭୟ ସେଲିବ୍ରିଟ ସେମାନଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଛନ୍ତି, ଯାହାର ନାଁ ‘ଲୁକା ଛୁପି ୨’ । ଏହି ସମୟରେ ସାରାଙ୍କ ମଥାରେ ସିନ୍ଦୁର ଲାଗିଥିବା ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ