ଦେଶ ବିଦେଶ ମନୋରଞ୍ଜନ

ବିବାଦରୁ ତିନି ବିବାହ ଯାଏଁ, ଫିଲ୍ମ କାହାଣୀ ଠାରୁ କମ୍‌ ନୁହେଁ ସଞ୍ଜୟ ଦତ୍ତଙ୍କ ଲାଇଫ୍‌

ମୁମ୍ଵାଇ ୨୯।୦୭: ବଲିଉଡର ମୁନ୍ନା ଭାଇ ତଥା ଅଭିନେତା ସଞ୍ଜୟ ଦତ୍ତ ଆଜି ୬୩ ବର୍ଷ ବୟସରେ ପାଦ ଥାପିଛନ୍ତି । ସେ ବଲିଉଡର ଏମିତି ଜଣେ ଅଭିନେତା ଯିଏକି ଇଣ୍ଡଷ୍ଟ୍ରିରେ ଶୀର୍ଷ ଛୁଇଁଛନ୍ତି ତେବେ ତାଙ୍କ ଜୀବନ କାହାଣୀ ବେଶ୍ ଘଟଣାବହୁଳ ଓ ଆଶ୍ଚର୍ଯ୍ୟଜନକ । ଆକ୍ଟିଙ୍ଗ ଠାରୁ ଆରମ୍ଭ କରି ବେପରୱା ଜୀବନଶୈଳୀ, ନିଶା ଠାରୁ ଆରମ୍ଭ କରି ଜେଲର କଳା କଠୋରୀ, ପ୍ରେମ ବିଚ୍ଛେଦ । ତାଙ୍କ ବ୍ୟକ୍ତିଗତ ଜୀବନର କାହାଣୀ ଏକ ନିଆରା କାହାଣୀ।

ସୁନୀଲ ଦତ୍ତ ଓ ନର୍ଗିସଙ୍କ ପୁଅ ସଞ୍ଜୟ ଦତ୍ତ । ସଞ୍ଜୟ ଦତ୍ତଙ୍କ ଫିଲ୍ମ ଅପେକ୍ଷା ତାଙ୍କ ବ୍ୟକ୍ତଗତ ଜୀବନ ବିଷୟରେ ଚର୍ଚ୍ଚା ହୋଇଥାଏ। ଯେତେବେଳେ ସଞ୍ଜୟ ଦତ୍ତଙ୍କ ବାୟୋପିକ୍ ଫିଲ୍ମ ସଞ୍ଜୁ ରିଲିଜ୍ ହେବାର ଥିଲା । ସେତେବେଳେ ସଞ୍ଜୁୟଙ୍କ ବ୍ୟକ୍ତଗତ ଜୀବନ ବିଷୟରେ ଥିବା ଅନେକ ସିକ୍ରେଟ୍ ଜଣାପଡିଥିଲା। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଥିଲା । ଏହା ସହ ସଞ୍ଜୟ ନିଜ କହିଥିଲେ କି ସେ ପ୍ରାୟତଃ ୩୦୮ ଝିଅଙ୍କ ସହ ସମ୍ପର୍କ ରଖିଥିଲେ ।

ଏହା ବ୍ୟତୀତ୧୯୯୩ ମସିହାରେ ମଧ୍ୟ ସଞ୍ଜୟ ଦତ୍ତଙ୍କ ପାଇଁ ବିବାଦ ପୂର୍ଣ୍ଣ ଥିଲା । କାହିଁକି ନା ମୁମ୍ବାଇ ବୋମା ବିସ୍ଫୋରଣର ଯାଞ୍ଚ ସମୟରେ ସଞ୍ଜୟଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିବା ଅଭିଯୋଗ ହୋଇଥିଲା। ଏହା ପରେ ସଞ୍ଚୟଙ୍କୁ ଜେଲରେ ସମୟ କାଟିବାକୁ ପଡ଼ିଥିଲା । ଯାହା ସଞ୍ଜୁ ଫିଲ୍ମରେ ତାଙ୍କ ଜୀବନ ଉପରେ ପ୍ରଦର୍ଶିତ ହୋଇଛି । କେବଳ ଏତିକି ନୁହେଁ ସେ ଏହା ମଧ୍ୟ କହିଥିଲେ କି ସେ ଏକା ସମୟରେ ତିନି ଜଣ ଝିଅଙ୍କ ସହ ରିଲେଶନଶିପ୍ ରେ ଥିଲେ । କିନ୍ତୁ କେବେ ସେ ଧରା ପଡି ନଥିଲେ । ତାଙ୍କ ଆଫେୟାର୍ସ ପ୍ରଥମେ ତାଙ୍କର ଅଭିନେତ୍ରୀ ଟିନା ମୁନିମଙ୍କଠୁ ଆରମ୍ଭ ହୋଇଥିଲା । ପରେ ତାଙ୍କର ମାଧୁରୀ ଓ ରେଖାଙ୍କ ସହ ଅନ୍ୟ କେତେକଙ୍କ ସହ ମଧ୍ୟ ନାମ ଯୋଡା ଯାଇଥିଲା

ସଞ୍ଜୟଙ୍କର ପ୍ରଥମ ପତ୍ନୀ ରିଚା ଶର୍ମାଙ୍କୁ ପାଇବା ପାଇଁ ଅନେକ ସଂଘର୍ଷ କରିବାକୁ ପଡିଥିଲା । ପରେ ଦୁହିଁଙ୍କର ୧୯୮୭ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । କିନ୍ତୁ ଏହି ବିବାହ ସଞ୍ଜୟଙ୍କ ସାଥ ଦେଇ ନଥିଲା । ୧୯୯୬ ମସିହାରେ ରିଚାଙ୍କର ବ୍ରେନ୍ ଟ୍ୟୁମରରେ ମୃତ୍ୟୁ ହୋଇଥିଲା । ରିଚାଙ୍କର ମୃତ୍ୟୁ ପରେ ମଡେଲ ରିଆ ପିଲ୍ଲଇଙ୍କୁ ବିବାହ କରିଥିଲେ । କିନ୍ତୁ ରିଆଙ୍କ ସହ ସଞ୍ଜୟଙ୍କ ବିବାହ ଅଧିକ ବର୍ଷ ତିଷ୍ଠି ପାରି ନଥିଲା । ସଞ୍ଜୟ ୨ବର୍ଷର ଲଭ ଆଫେୟାର୍ସକୁ ଲୁଚାଇବା ପରେ ତୃତୀୟ ବିବାହ କରିଥିଲେ । ମାନ୍ୟତା ଏବେ ତାଙ୍କର ସବୁ ସୁଃଖ ଦୁଃଖର ସାଥି ହୋଇ ତାଙ୍କ ଜୀବନରେ ଅଛନ୍ତି ।

ବର୍ତ୍ତମାନ, ସବୁ କଳାକାରଙ୍କ ମଧ୍ୟରୁ ସଞ୍ଜୟ ଦତ୍ତ ଥିଲେ ଅନ୍ୟତମ, ଯିଏ କେବଳ ହିରୋ ନୁହଁନ୍ତି ଭିଲେନ୍ ହୋଇ ମଧ୍ୟ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ଅଗ୍ନିପଥର କଞ୍ଚା ଚିନା, ମୁସାଫିରର ବିଲ୍ଲା, ପାନିପତ୍‌ର ଅହମ୍ମଦ ଶାହା ଅବଦାଲୀ, ଶମଶେରାରେ ଶୁଦ୍ଧ ସିଂ କିମ୍ବା କେଜିଏଫ ଅଧ୍ୟାୟ ୨ର ଅଧିରା… ସଞ୍ଜୟ ଏହିପରି ଅନେକ ଚରିତ୍ରରେ ହିଟ୍‌ ହୋଇଛି।।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ