ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ସୁବର୍ଣ୍ଣପୁର ୦୨/୧୨: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଫୁଲମୁଠୀରେ ଆରମ୍ଭ ହୋଇଯାଇଛି ଗୋକୁଲାଷ୍ଟମୀ ଯାତ୍ରା । ସପ୍ତାହବ୍ୟାପୀ ହେବାକୁ ଥିବା ଏହି ପୌରାଣିକ ନାଟକ ବିଭିନ୍ନ ଆଧାରରେ ପୌରାଣିକ ମତରେ ଲୀଳା ଯାତ୍ରା ଚାଲିଥିବା ବେଳେ କମିଟିର ସମୂହ କଳାକାର ମାନେ ନିଜ ନିଜ ଭୂମିକାରେ ଅବତୀର୍ଣ୍ଣ ହୋଇ ମଞ୍ଚରେ ତାଙ୍କର ନାଟ୍ୟାଭିନୟ କରିଥିବା ବେଳେ ରାତିରେ କୃଷ୍ଣଜନ୍ମ ସହ ନନ୍ଦୋତ୍ସବ ଆଦି ଦୃଶ୍ୟ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।
ମହାପ୍ରଭୁ କୃଷ୍ଣ ବଳରାମ ମେଳଣ ପଡ଼ଆକୁ ଯାଇ ଗୋଚାରଣରେ ଯାଇଥିବା ଜାଣି କୃଷ୍ଣ ନିଧନେ ମହାରାଜ କଂସ ବଛାସୁରକୁ ପ୍ରେରଣ କରାଯାଉଥିବା ନାଟକ ମେଳଣ ପଡ଼ିଆରେ ମଞ୍ଚସ୍ଥ ହୋଇଥିଲା । ମଞ୍ଚସ୍ଥ ଏହି ପୌରାଣିକ ନାଟକରେ କଳାକାର ମାନେ ଅବତୀର୍ଣ୍ଣ ହୋଇ ଅଗଣିତ ଦର୍ଶକଙ୍କ ଆଗରେ ତାଙ୍କର ନାଟ୍ୟାଭିନୟକୁ ଅତି ଉତ୍ତମ ଓ ନିଖୁଣ ଭାବରେ ପ୍ରଦର୍ଶିତ କରି ପାରି ଥିବାରୁ ପ୍ରଶଂସନୀୟ ହୋଇଥିଲେ ।
ଆୟୋଜିତ ଯାତ୍ରା ମହୋତ୍ସବରେ ବିଶିଷ୍ଟ ଅଭିନେତା ଗୋପାଳ ଚନ୍ଦ୍ର ପଣ୍ଡା କଂସ ଅଭିନୟ କରୁଥବା ବେଳେ ମହାରାଜ କଲା କଂସ ନିଜ କଳା ଦେଖାଇ ସହ ସହ ଲୋକଙ୍କୁ ଆକର୍ଷିତ କରିଥିଲେ । ଅନୁଷ୍ଠିତ ଯାତ୍ରା ମହୋତ୍ସବ ଅବସରରେ ଚଳଚ୍ଚିତ୍ର ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଯୋଗଦେଇ କଂସ ମହାରାଜଙ୍କ ଦରବାରକୁ ଆସିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l