ରାଜ୍ୟ ସ୍ପେଶାଲ ରିପୋର୍ଟ

ବିନା ସୂଚନାରେ କୋଟିଏ ଟଙ୍କାର ପ୍ରକଳ୍ପ: ରଗଦା ଡ୍ୟାମ୍‌ ପାଇଁ ତାଡ଼ୁଛନ୍ତି ପାହାଡ଼

କାଳିଆପାଣି: ଯାଜପୁର-ଢେଙ୍କାନାଳ ଜିଲ୍ଲା ସୀମାବର୍ତ୍ତୀ ରଗଦା ଡ୍ୟାମ୍‌ (ନଦୀବନ୍ଧ)ରୁ ପଙ୍କ ଉଦ୍ଧାର ଓ ଏହାର ଜଳଧାରଣ କ୍ଷମତା ବୃଦ୍ଧି ପାଇଁ କାମ ଚାଲିଥିବା କୁହାଯାଉଛି। ତେବେ, ଏଥିପାଇଁ ଡ୍ୟାମ୍‌ ପାର୍ଶ୍ବସ୍ଥ ହାତୀସିଙ୍ଗଡ଼ା ପାହାଡ଼କୁ ତାଡ଼ୁଥିବା ଦେଖିବାକୁ ମିଳୁଛି। ସପ୍ତାହକ ମଧ୍ୟରେ ପାହାଡ଼ ପାଦଦେଶରୁ ଶହେ ଫୁଟରୁ ଅଧିକ ଦୈର୍ଘ୍ୟ, ଶହେଫୁଟ ପାଖାପାଖି ପ୍ରସ୍ଥ ଓ ୩ ରୁ ୪ ଫୁଟ ଗଭୀରରେ ମାଟି ତାଡ଼ି ନିଆଯାଇଛି। ନଜର ଆଢ଼ୁଆଳରେ ଥିବା ବଣପାହାଡ଼ ଘେରା ପ୍ରାକୃତିକ ପରିବେଶକୁ ନଷ୍ଟ କରି ବ୍ୟାପକ ହରିଲୁଟ୍‌ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିବା ଜଳଜଳ ଦିଶୁଛି।

୧୯୭୧ ମହାବାତ୍ୟା ପରେ କ୍ଷୁଦ୍ର ଜଳସେଚନ ବିଭାଗ ଢେଙ୍କାନାଳ ଡିଭିଜନ ଭୁବନ ସେକ୍ସନ ପକ୍ଷରୁ ରଗଦା ଡ୍ୟାମ୍‌ ନିର୍ମାଣ ଯୋଜନା ହୋଇଥିଲା। ଉପରମୁଣ୍ଡରେ ଥିବା ରଞ୍ଜାଗଡ଼, ଦେଓଗାଁ ଓ ସାତକୁଲିଆ ପାହାଡ଼ ତଳ ଇଲାକାରେ ଏକ ବୃହତ୍‌ ଜଳାଶୟ ନିର୍ମାଣ ପାଇଁ ୧୯୭୨ ମସିହାରେ ତତ୍କାଳୀନ ମନ୍ତ୍ରୀ ବ୍ରହ୍ମାନନ୍ଦ ବିଶ୍ବାଳ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୭୭ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ ଏହାର ଲୋକାର୍ପଣ କରିଥିଲେ। ୨ଶହ ମିଟରରୁ ଅଧିକ ଦୈର୍ଘ୍ୟବିଶିଷ୍ଟ ରଗଦା ଡ୍ୟାମ୍‌ର ୮୦ ପ୍ରତିଶତ ଯାଜପୁର ଜିଲ୍ଲାରେ ରହିଛି। ଡ୍ୟାମ୍‌ରୁ କେନାଲ ସହାୟତାରେ ଜଳସେଚନ ବ୍ୟବସ୍ଥା କରାଯାଇଛି, ଯେଉଁଥିରେ ଶତାଧିକ ଚାଷୀ ଉପକୃତ ହେଉଛନ୍ତି। ୨ ବର୍ଷ ତଳେ ୨ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ରଗଦା ଡ୍ୟାମ୍‌ ଉନ୍ନତୀକରଣ ନାଁରେ ଏଠାରେ ବ୍ୟାପକ ତଞ୍ଚକତା କରାଯାଇଥିବା ନଜରକୁ ଆସିଥିଲା। ନିମ୍ନମାନର କାମ ପାଇଁ ଜଳାଶୟରେ ଅସଂଖ୍ୟ ଛିଦ୍ର ଦେଖାଯାଇଥିଲା। ବର୍ଷାପାଣିରେ ପ୍ରବାହିତ ମାଟି ପାଇଁ ଜଳାଶୟ ପୋତି ହୋଇଯିବା ସହ ଏହାର ଜଳଧାରଣ କ୍ଷମତା ହ୍ରାସ ପାଉଥିବାରୁ ଡ୍ୟାମ୍‌ରୁ ପଙ୍କ ଉଦ୍ଧାର କାର୍ଯ୍ୟ କରାଯାଉଛି। ଏହି ମଉକାରେ ପଙ୍କ ଉଦ୍ଧାର ନାଁରେ ପାହାଡ଼ ତଳୁ ତଡ଼ା ଯାଇଥିବା ନାଲିମାଟି ଓ ମୋରମ୍‌ ଅନ୍ୟତ୍ର ବିକ୍ରୟ କରାଯାଉଥିବା ଅଭିଯୋଗ ହେଉଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏତେ ବଡ଼ ପ୍ରକଳ୍ପ କାର୍ଯ୍ୟ ଜାରିରହିଥିଲେ ବି ଏଠାରେ କୌଣସି ସୂଚନା ଫଳକ ନାହିଁ। ଏ ନେଇ ବିଭାଗୀୟ ଯନ୍ତ୍ରୀ ସୁଶାନ୍ତ କୁମାର ପାଳଙ୍କୁ ବାରମ୍ବାର ଯୋଗାଯୋଗ ଉଦ୍ୟମ ହୋଇଥିଲେ ମଧ୍ୟ ସେ କଲ୍‌ ରିସିଭ୍‌ କରିନଥିଲେ। ଅଞ୍ଚଳବାସୀଙ୍କ ପକ୍ଷରୁ ଏହାର ଭିଜିଲାନ୍ସ ତଦନ୍ତ ଦାବି ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।