କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ବିନା ବାଜାରେ ଯିବ ବର, ମଣ୍ଡପ ଓ ହୋଟେଲ ପାଇଁ ଜାରି ହେବ ଏସ୍‌ଓପି

ଭୁବନେଶ୍ବର: ଆଗକୁ ବାହାଘର ଋତୁ ଆସୁଥିବାବେଳେ ଲୋକ ଏବେ ମଣ୍ଡପ, ହୋଟେଲ, ବ୍ୟାଣ୍ଡ ପାର୍ଟି, ଫୁଲ, କ୍ୟାଟରିଂ ଆଦି ବୁକିଂ କରୁଛନ୍ତି। ଠିକ୍‌ ଏହି ସମୟରେ ବିଏମ୍‌ସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ବାହାଘର ଉତ୍ସବରେ ୨୦୦ ଲୋକ ଏକାଠି ହୋଇପାରିବେ। ହେଲେ ସେମାନଙ୍କୁ କରୋନା କଟକଣା ମାନି ସମସ୍ତ କାର୍ଯ୍ୟକ୍ରମ କରିବାକୁ ହେବ। ନଚେତ୍‌ ହୋଟେଲ/ମଣ୍ଡପକୁ ସିଲ୍‌ କରାଯିବ।

ଶ୍ରୀ ଚୌଧରୀ କହିଛନ୍ତି ଯେ, ବାହାଘରରେ କୌଣସି ପ୍ରକାରର ଶୋଭାଯାତ୍ରା ହେବନି କି ବାଜା, ଡିଜେ ବାଜିବନି। ବର ବିନା ଶୋଭାଯାତ୍ରାରେ ବିବାହ ମଣ୍ଡପକୁ ଯିବ। କରୋନା ମହାମାରୀ ପାଇଁ ଏହି କଟକଣା ଲାଗୁ ହୋଇଛି। ସମସ୍ତେ ଏହାକୁ ମାନିବାକୁ ବାଧ୍ୟ। ଏହାବ୍ୟତୀତ ଯେଉଁମାନେ ବିବାହ କିମ୍ବା କୌଣସି ପ୍ରକାରର ଉତ୍ସବ କରୁଛନ୍ତି ସେମାନେ ବିଏମ୍‌ସିରୁ ଅନୁମତି ନେଇ କାର୍ଯ୍ୟକ୍ରମ କରନ୍ତୁ। ନଚେତ୍‌ ବିଏମ୍‌ସି ସ୍କ୍ବାଡ୍‌ ଚଢ଼ଉ କରି ଜରିମାନା ଆଦାୟ ସହ ମଣ୍ଡପ/ହୋଟେଲ ସିଲ୍‌ କରିବ। କମିସନର କହିଛନ୍ତି ଯେ, ବିବାହ ଉତ୍ସବରେ ଯୋଗଦେଉଥିବା ସମସ୍ତ ଲୋକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ୨ମିଟର ସାମାଜିକ ଦୂରତା ରଖିବେ। ମଣ୍ଡପ/ହୋଟେଲରେ ବିଭିନ୍ନ ସ୍ଥାନରେ ହାତ ଧୋଇବା ବା ହାତ ବିଶୋଧନ ବ୍ୟବସ୍ଥା ରଖିବାକୁ ହେବ। ଯେଉଁମାନଙ୍କର ଥଣ୍ଡା, ଜ୍ବର ହୋଇଥିବ ସେମାନଙ୍କୁ ବାରଣ କରିବାକୁ ହେବ। ଏହାବ୍ୟତୀତ ବିବାହ ଉତ୍ସବ ସମୟରେ ମଣ୍ଡପ/ହୋଟେଲଗୁଡ଼ିକରେ କି ପ୍ରକାରର ବ୍ୟବସ୍ଥା ରହିବା‌ ଦରକାର ସେନେଇ ଏସ୍‌ଓପି ଜାରି ହେବ।

ମୁଖ୍ୟତଃ ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା ପାଇଁ ଯଦି କେହି ଅଳ୍ପ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରୁଥିବେ ତେବେ ସେ ବିଏମ୍‌ସିରେ ଆବେଦନ କରି ଅନୁମତି ନେଇପାରିବେ। ସେହିପରି ବିଏମ୍‌ସି ପୂର୍ବରୁ ଗତ ମାର୍ଚ୍ଚ ମାସ ପୂର୍ବରୁ ଯେଉଁ ମଣ୍ଡପଗୁଡ଼ିକ ସିଲ୍‌ କରାଯାଇଛି ସେଗୁଡ଼ିକୁ ଦେଖି ଲୋକ ମଣ୍ଡପ ବୁକିଂ କରନ୍ତୁ। ଯେଉଁ ମଣ୍ଡପକୁ ଯେଉଁ ନିୟମ ଉଲ୍ଲଂଘନ ପାଇଁ ସିଲ୍‌ କରାଯାଇଥିଲା ସେମାନେ ଯଦି ତାହା ପୂରଣ କରି ବିଏମ୍‌ସିରୁ ଏନ୍‌ଓସି ପାଇଥିବେ ତେବେ ସେଗୁଡ଼ିକୁ ଲୋକ ବୁକିଂ କରିପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,