ରାଜନୀତି ରାଜ୍ୟ

ବିଧାୟକ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ: ‘ବିକାଶରେ ବାଧକ ଶାସକ ଦଳର ନେତା’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ବଲାଙ୍ଗୀର : ଯାହା ପ୍ରକଳ୍ପ ମଞ୍ଜୁର ହୋଇ ଟଙ୍କା ଆସୁଛି, ତାହା କାମରେ ଲାଗିପାରୁନି। ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଲକ୍ଷ୍ମୀଯୋର ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ, କିଛି ବିକାଶ ବିରୋଧୀ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ସ୍ଥାନୀୟ ଶାସକ ଦଳର ନେତା ହିଁ ବିକାଶରେ ବାଧକ ସାଜୁଛନ୍ତି ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାସହ ବଲାଙ୍ଗୀର ରାଜ ପରିବାର ୪ ହଜାର କୋଟି ଟଙ୍କାର ଜମି ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଏପରିକି ସିଲିଂ ଜମି ଦୁର୍ନୀତିରେ ବଲାଙ୍ଗୀରର ଅବସ୍ଥାପିତ ବର୍ତ୍ତମାନର ଜଣେ ରାଜସ୍ବ ଅଧିକାରୀ ଯେଉଁ ସମୟରେ ବଲାଙ୍ଗୀର ତହସିଲଦାର ଥିଲେ ସେ ବି ସଂପୃକ୍ତ ବୋଲି କହିଛନ୍ତି।

ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ କହିଥିଲେ, ‘ ଯେତେବେଳେ ବିଧାନସଭାରେ ଜମି ଜବରଦଖଲ ବିଲ୍‌ ଆସିଲା ଏବଂ କୌଣସି ବ୍ୟକ୍ତି ସରକାରୀ ଜମି ଜବରଦଖଲ କରିଥିଲେ, ତାଙ୍କୁ ୭ବର୍ଷ ଜେଲ୍‌ ସହିତ ଜରିମାନା ଦଣ୍ଡର ବ୍ୟବସ୍ଥା କରାଯାଇଥିଲା। ସେହି ବିଲ୍‌କୁ ବିଧାନସଭାରେ କେବଳ ବଲାଙ୍ଗୀର ବିଧାୟକ ଭାବେ ମୁଁ ହିଁ ବିରୋଧ କରିଥିଲି।’ ସୁପ୍ରିମକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ଅଛି ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ ଲୋକଙ୍କ ବଞ୍ଚିବାର ଅଧିକାର ରହିଛି। ବଞ୍ଚିବା ପାଇଁ ରୋଜଗାର ଆବଶ୍ୟକ। ଏହି ମର୍ମରେ କିଛି ଲୋକ ଗାଁରୁ ଆସି ସହରରେ ଜବରଦଖଲରେ ରହି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସେଭଳି ଭୂମିହୀନ, ବାସହୀନ ଗରିବମାନଙ୍କ ପାଇଁ ଏହି ବିଲ୍‌ରେ ସଂଶୋଧନ ଅଣାଯାଉ ଏବଂ ସେମାନଙ୍କୁ ବିନା ମୂଲ୍ୟରେ ଘର ଓ ଜମି ଯୋଗାଇ ଦିଆଯାଉ ବୋଲି ଦାବି କରିଥିବା ସେ କହିଥିଲେ।

ବିଜେଡି ପକ୍ଷରୁ କିଛି ଦିନ ପୂର୍ବରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀର ପ୍ରସଙ୍ଗ ଉପରେ ହୋଇଥିବା ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ, ବଲାଙ୍ଗୀର ରାଜ ପରିବାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ୪ ହଜାର କୋଟି ଟଙ୍କାର ଜମି ଦୁର୍ନୀତିରେ ରାଜପରିବାର ଲିପ୍ତ ଅଛନ୍ତି। ଏହି ଜମି ଦୁର୍ନୀତିକୁ ନେଇ ପିଏସି ତଦନ୍ତ ଆରମ୍ଭ କରି ସାରିଛି। ଆଗରୁ ଅନେକ ଅଭିଯୋଗ ଥିଲେ ହେଁ ରାଜ୍ୟର ବିଜେଡି ସରକାର ଏମାନଙ୍କ ବିରୋଧରେ ପଦକ୍ଷେପ ନେଉନାହିଁ। କିନ୍ତୁ ପିଏସି ତାଙ୍କ ଦଳର ନୁହେଁ। ଠିକ୍‌ ତଦନ୍ତ ହେଲେ ଏମାନଙ୍କ ଜମି ଦୁର୍ନୀତି ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦ‌ୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାସହ ସେ ଏହି କେଳେଙ୍କାରୀରେ ରାଜ ପରିବାର ତରଫରୁ ବହୁପୂର୍ବରୁ ଦାଖଲ ହୋଇଥିବା ଜମି ନଥିପତ୍ର ବଲାଙ୍ଗୀର ତହସିଲରୁ ତତ୍କାଳୀନ ତହସିଲଦାରଙ୍କୁ ଏକ କୋଟି ଟଙ୍କା ଲାଞ୍ଚ ଦେଇ ଏ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଚୋରି କରାଯାଇଥିବା ଶୁଣାଯାଉଛି ବୋଲି କହିଥିଲେ। ସହର ମଧ୍ୟରେ ଚାରିଶହ ଏକର ଜମି ଘରବାରି ହେବା ରାଜ ପରିବାରର ଜମି କେଳେଙ୍କାରୀକୁ ସ୍ୱତଃ ପ୍ରମାଣିତ କରୁଛି ବୋଲି ସେ କହିଥିଲେ।

ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଜିଲ୍ଲା ମହିଳା ସଭାନେତ୍ରୀ ମିଳନୀ ସାହୁ ଉପସ୍ଥିତ ଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର