ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାନସଭା ଶୀତକାଳୀନ ଅଧିବେଶନ, ସୋମବାର ଵାଚସ୍ପତିଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର ୨୧।୧୧ : ବିଧାନସଭା ଶୀତକାଳୀନ ଅଧିବେଶନ ସୁପରିଚାଳନା ପାଇଁ ଆଜି ଵାଚସ୍ପତିଙ୍କ ଅଧକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ନଭେମ୍ବର ୨୪ରୁ ଡିସେମ୍ବର ୩୧ତାରିଖ ଯାଏ ଲମ୍ବା ସମୟ ଧରି ଚାଲିବାକୁ ଥିବା ଏହି ଅଧିବେଶନକୁ ସୁରୁଖୁରରେ ଶେଷ କରିବାକୁ ବୈଠକରେ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିବେ l

ତେବେ ଏଥର ଅଧିବେଶନ କୋଭିଡ କଟକଣା ଭିତରେ ଚାଲିବ ନା ସ୍ୱାଭାବିକ ଭାବେ ବିଧାନସଭା ବସିବ ସେ ନେଇ ନିଷ୍ପତ୍ତି ହେବ। କାରଣ ଏବେ ରାଜ୍ୟରେ କରୋନାର କୌଣସି ପ୍ରଭାବ ନଥିବା ବେଳେ କରୋନା କଟକଣା ମଧ୍ୟ ନାହିଁ। ଏହାସହ ବିଧାନସଭାର ପ୍ରତିଦିନ କେତେ ସମୟ ବସିବ। ସେ ନେଇ ମଧ୍ୟ ନିଷ୍ପତ୍ତି ହେବ। କାରଣ କରୋନା ପାଇଁ ଦୈନିକ ୫ଘଣ୍ଟା ବସୁଥିଲା ଗୃହ। ଯେଉଁଥିପାଇଁ ଅନେକ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇପାରୁନଥିଲା। ବିଧାନସଭା ଦୈନିକ କାର୍ଯ୍ୟକ୍ରମ ସମୟ ବଢାଇବାକୁ ସବୁ ସଦସ୍ୟ ଦାବି କରିଆସୁଛନ୍ତି। ସେଥିପାଇଁ ସର୍ବଦଳୀୟ ବୈଠକ ଉପରେ ସମସ୍ତଙ୍କ ନଜର ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।