କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ: ଶ୍ରୀମନ୍ଦିର ସମେତ ରାଜ୍ୟର ସମସ୍ତ ମନ୍ଦିର ୨୪ ଘଣ୍ଟା ଭିତରେ ଖୋଲିବାକୁ ତାରାଙ୍କ ଦାବି

ଭୁବନେଶ୍ବର: ବିଧାନସଭାରେ ଉଠିଲା ମନ୍ଦିର ଖୋଲିବା ପ୍ରସଙ୍ଗ । ଆଜି ବିଧାନସଭାରେ ଶ୍ରୀମନ୍ଦିର ସହ ରାଜ୍ୟର ସମସ୍ତ ମନ୍ଦିର ଖୋଲିବାକୁ ଦାବି କରିଛନ୍ତି ବିରୋଧୀ । ମନ୍ଦିର ଖୋଲିବା ନେଇ ହାତଯୋଡ଼ି ବାଚସ୍ପତିଙ୍କୁ ଗୁହାରି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ରାଜ୍ୟରେ ୨୪ ଘଣ୍ଟା ଭିତରେ ସବୁ ମନ୍ଦିର ଖୋଲାଯାଉ । ମନ୍ଦିର ବନ୍ଦ ଯୋଗୁ ସେବାୟତ ଓ ପୂଜକ ହଇରାଣ ହେଉଛନ୍ତି । ଜୀବିକା ବାଧାପ୍ରାପ୍ତ ହେଉଛି ବୋଲି ସେ କହିଛନ୍ତି ।

ଏହା ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ବାହିନୀପତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଧ୍ୟ ମନ୍ଦିର ଖୋଲିବା ପ୍ରସଙ୍ଗରେ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି । ସରକାର ତୁରନ୍ତ ନିଷ୍ପତି ନିଅନ୍ତୁ । କୋଭିଡ ସ୍ଥିତିରେ ମହାରାଷ୍ଟ୍ର ସମେତ ଯେଉଁ ରାଜ୍ୟରେ କରୋନା ସଂକ୍ରମଣ ଅଧିକ ଅଛି ସେଠାରେ ମନ୍ଦିର ଖୋଲାଯାଇଛି । ହେଲେ ଓଡିଶାରେ କାହିଁକି ମନ୍ଦିର ଖୋଲିନି ବୋଲି ସେ ପ୍ରଶ୍ନ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,