ଅପରାଧ

ବିଧବାଙ୍କ ଗଳାକାଟି ହତ୍ୟା: ତିଗିରିଆ ଥାନାରେ ଅଭିଯୁକ୍ତ ଯୁବକଙ୍କ ଆତ୍ମସମର୍ପଣ

ତିଗିରିଆ: କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଏଠାରେ ଜଣେ ବିଧବାଙ୍କ ଗଳା କାଟି ହତ୍ୟା ପରେ ତିଗିରିଆ ଥାନାରେ ଅଭିଯୁକ୍ତ ଯୁବକ ଆତ୍ମସମର୍ପଣ କରିଛି। ମୃତକ ହେଲେ କଳ୍ପନା ଦାଶ(୪୫) ଓ ଅଭିଯୁକ୍ତ ଯୁବକ ହେଲେ କାର୍ତ୍ତିକ ସେଠୀ(୩୫)।

ସୂଚନା ଅନୁଯାୟୀ, ବିଧବା କଳ୍ପନା ଦାଶଙ୍କ ଘରେ ରହି କାର୍ତ୍ତିକ ସେଠୀ କଳ୍ପନା ଓ ତାଙ୍କ ବୃଦ୍ଧ ଶଶୁର(୮୭)ଙ୍କର ଦେଖାଶୁଣା କରୁଥିଲେ। ବର୍ଷକ ପୂର୍ବରୁ କଳ୍ପନା ଦାଶଙ୍କ ସ୍ବାମୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଅଭିଯୁକ୍ତ ଯୁବକ କାର୍ତ୍ତିକ ସେଠୀଙ୍କ କହିବା ଅନୁଯାୟୀ କଳ୍ପନାଙ୍କର ଜଣେ ଲୋକ ସହ ଅନୈତିକ ସଂପର୍କ ଥିଲା। ଏହାକୁ ସେ ବାରଣ କରିଆସୁଥିଲେ। କିନ୍ତୁ କଳ୍ପନା ଏଥିରୁ କ୍ଷାନ୍ତ ହେବା ବଦଳରେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏଣୁ ସେ ରାତି ପ୍ରାୟ ଗ‌ୋଟାଏରୁ ସାଢ଼େ ଗୋଟାଏ ଭିତରେ ନିଶା ଦେଇ କାତିରେ ବେକକୁ କାଟି ଦେଇଥିଲେ। ପରେ ରାତି ୩ଟା ବେଳେ ସେ ତିଗିରିଆ ଥାନାରେ ଆତ୍ମସମର୍ପଣ କରିଥିଲେ।

ଏହି ଘଟଣା ପରେ କଟକରୁ ଫରେନସିକ୍ ଟିମ୍ କଟକରୁ ଆସୁଛି। ପୁଲିସ ଘଟଣାର ତଦନ୍ତ ଚଳାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ଅପରାଧ ରାଜ୍ୟ

ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍, ଗଞ୍ଜେଇ ମାଫିଆଙ୍କୁ ସହଯୋଗ କରି ହୋଇଥିଲେ ଗିରଫ

ମାଲକାନଗିରି ୨୮।୦୪ : ମାଲକାନଗିରି ଜିଲ୍ଲାର ପୂର୍ବତନ ଏଏସଆଇ ଜୟଦାସ ଖରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ
ଅପରାଧ ରାଜ୍ୟ

ନାଗ ସହିତ ନାଗିନ୍‌ ଡ୍ୟାନ୍ସ, ୫ ଅଟକ

କରଞ୍ଜିଆ ୨୮।୦୪: ନାଗକୁ ଧରି ନାଗିନ୍‌ ଡ୍ୟାନ୍ସ । ବରଯାତ୍ରୀ ଶୋଭାଯାତ୍ରାରେ ନାଚିବା ପଡିଲା ମହଙ୍ଗା । ସାପ ଖେଳାଳି ସମେତ ୫ଜଣ ବାଦ୍ୟକାରଙ୍କୁ ଅଟକ ରଖିଛି