ଦେଶ ବିଦେଶ ମନୋରଞ୍ଜନ

ବିଦେଶିନୀଙ୍କୁ ବିବାହ କରିବେ ପ୍ରଭାସ!

ବାହୁବଳୀ ମେଗାଷ୍ଟାର୍ ପ୍ରଭାସଙ୍କ ସହିତ ଅନୁଷ୍କା ସେଟ୍ଟୀ ଏକାଠି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଉଭୟ ଏ ପର୍ଯ୍ୟନ୍ତ ବିବାହ କରିନଥିବାରୁ ସିନେ ଜଗତରେ ଦୁହିଁଙ୍କ ବିବାହ ହେବାକୁ ନେଇ ଖୁବ୍ ଚର୍ଚ୍ଚା ଚାଲିଛି। ହେଲେ ନିକଟରେ ପ୍ରଭାସଙ୍କ ବିବାହକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍‌ନାକୁ ଆସିଛି। ଖୁବ୍ ଶୀଘ୍ର ପ୍ରଭାସ ହାତରୁ ଦି’ହାତ ହେବେ ବୋଲି ଶୁଣାଯାଉଛି। ମାତ୍ର ସେ ଅନୁଷ୍କାଙ୍କୁ ନୁହେଁ, ବରଂ ଆମେରିକାର ଜଣେ ବ୍ୟବସାୟୀଙ୍କ ଝିଅକୁ ବାହା ହେବ ବୋଲି ଚର୍ଚା ହେଉଛି। ଯୁବତୀଜଣକ ଏକ ସଫ୍ଟୱେୟାର୍ କମ୍ପାନିରେ ଚାକିରି କରୁଥିବା ବେଳେ ଉଭୟଙ୍କ ବାହାଘରକୁ ନେଇ ପରିବାର ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପ୍ରଭାସ ଉକ୍ତ ବିଦେଶିନୀଙ୍କ ସହିତ ବିବାହ କରିବାକୁ ସବୁଜ ସଙ୍କେତ ଦେଇଥିବା ଟଲିଉଡ୍ ଗଣମାଧ୍ୟମରେ ଖବର ପ୍ରକାଶ ହେଉଛି। ଗତକାଲି ସାମାଜିକ ଗଣମାଧ୍ୟମରେ ‘ରାଧେ ଶ୍ୟାମ୍’ ଚଳଚ୍ଚିତ୍ର ପ୍ରି ଟିଜର୍ ରିଲିଜ୍ ହୋଇଥିଲା। ପ୍ରଭାସ ଏଥିରେ ଜଣେ ଲଭର ବୟ ଭାବେ ଅଭିନୟ କରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ