ଦେଶ ବିଦେଶ ମନୋରଞ୍ଜନ

ବିଦେଶରେ ଉଇଁଲା ଚାନ୍ଦ, ପ୍ରିୟଙ୍କା ଚୋପଡ଼ା ସେୟାର କଲେ କରୱା ଚୌଥ ଲୁକ୍

ନୂଆଦିଲ୍ଲୀ: ବିଦେଶରେ ଥାଇ ମଧ୍ୟ ଖୁବ ଧୁମଧାମରେ କରୱା ଚୌଥ ପାଳନ କରିଛନ୍ତି ପ୍ରିୟଙ୍କା ଚୋପ୍ରା । ସେ ସ୍ୱାମୀ ନିକ ଜୋନସଙ୍କ ସହିତ ଆମେରିକାରେ ଅଛନ୍ତି । ପ୍ରିୟଙ୍କା ଇଷ୍ଟାଗ୍ରାମରେ କରୱା ଚୌଥର ଫଟୋ ସେୟାର କରିଛନ୍ତି । ରେଡ ସାଢ଼ୀରେ ପ୍ରିୟଙ୍କା ଚୋପ୍ରା ଖୁବ ସୁନ୍ଦର ଦେଖାଯାଉଛନ୍ତି ।


ପ୍ରିୟଙ୍କା କରୱା ଚୌଥ ସେଲିବ୍ରେସନର ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଅଭିନେତ୍ରା ଜଣଙ୍କ ପୂଜା ଥାଳି ଥର ହସୁଥିବା ନଜର ଆସୁଛନ୍ତି । ଅନ୍ୟପଟେ ଦ୍ୱିଟୀୟ ଫଟୋରେ ସେ ସ୍ୱାମୀ ନିକ ଜୋନସଙ୍କ ସହିତ ରୋମାଣ୍ଟିକ ପୋଜରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି । ପାରମ୍ପରିକ ଲୁକରେ ପ୍ରିୟଙ୍କା ଖୁବ ସୁନ୍ଦର ଦେଖାଯାଉଛନ୍ତି ।

ପ୍ରିୟଙ୍କା ଚୋପ୍ରୋ କରୱା ଚୌଥରେ ଏକ ଲାଲ ରଙ୍ଗର ଶାଢ଼ୀ ପିନ୍ଧିଛନ୍ତି । ଯାହାକୁ ସେ ଗୋଲଡେନ ବ୍ଲାଉଜ ସହ ଟିମଅପ କରିଛନ୍ତି । ରେଡ ବିନ୍ଦି, ଲିପଷ୍ଟିକ, ମଥାରେ ସିନ୍ଦୁର, ଗୋଲଡେନ ଚୁଡ଼ି ପ୍ରିୟଙ୍କାଙ୍କ ଲୁକକୁ କମ୍ପ୍ଲିମେଣ୍ଟ କରୁଛି ।

ପ୍ରିୟଙ୍କା କରୱା ଚୌଥ ସେଲିବ୍ରେସନର ଏହି ଫଟୋ ସେୟାର କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହାସହିତ ଅଭିନେତ୍ରୀ ଜଣଙ୍କ ସ୍ୱାମୀ ନିକ ଜୋନସଙ୍କ ପ୍ରତି ନିଜ ଭଲ ପାଇବା ଜାହିର କରି ଲେଖିଛନ୍ତି ‘ଆଇ ଭଲ ୟୁ’ । ନିକ ଜୋନସ ମଧ୍ୟ ନିଡ ଇଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରିୟଙ୍କା ସହ ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରିୟଙ୍କା ଏବଂ ନିକଙ୍କ ଏହି ଫଟୋକୁ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ