ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦେଶରୁ ୧୦, ରାଜ୍ୟବାହାରୁ ୧୪୩ ଶ୍ରମିକଙ୍କ ମୃତଦେହ ଓଡ଼ିଶା ଅଣାଯାଇଛି

ଭୁବନେଶ୍ବର: ବିଦେଶକୁ ଓ ବାହାର ରାଜ୍ୟକୁ କାମ କରିବାକୁ ଯାଇଥିବାବେଳେ ବହୁ ଶ୍ରମିକଙ୍କର ସେଠାରେ ମୃତ୍ୟୁ ହୋଇଥିବା ଖବର ଆସିଛି। ହେଲେ ଏଥିରୁ ବିଦେଶରେ ମରିଥିବା ୧୦ଜଣ ଶ୍ରମିକଙ୍କୁ ଓଡ଼ିଶା ଆଣି ନିଜ ଜନ୍ମ ମାଟିରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ସେହିପରି ଅନ୍ୟ ରାଜ୍ୟରେ ମରିଥିବା ୧୪୩ଜଣଙ୍କର ନିଜ ଜନ୍ମ ମାଟିରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଛି। ଗଞ୍ଜାମ ଜିଲ୍ଲାର ଛତ୍ରପୁରର ସବୁଠୁ ଅଧିକ ୬ଜଣ ମୃତ ଶ୍ରମିକଙ୍କୁ ବିଦେଶରୁ ଅଣାଯାଇଛି। ଏହାସହ ଭଦ୍ରକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼ର ଜଣେ ଲେଖାଏ, ଅନୁଗୁଳର ୪ଜଣ, ବଲାଙ୍ଗୀର ଓ ବୌଦ୍ଧର ୧୩ଜଣ ଲେଖାଏ, କଳାହାଣ୍ଡିର ୨୯ଜଣ, କନ୍ଧମାଳର ୯ଜଣ, ଗଞ୍ଜାମର ୮ଜଣ, ସୁବର୍ଣ୍ଣପୁର, ମାଲକାନଗିରି ଓ ନୟାଗଡ଼ର ୭ଜଣ ଲେଖାଏ, ସୁନ୍ଦରଗଡ଼, କେନ୍ଦୁଝର ଓ ରାୟଗଡ଼ାର ୫ଜଣ ଲେଖାଏ, ନୂଆପଡ଼ା ଓ ଯାଜପୁରର ୩ଜଣ ଲେଖାଏ, ନବରଙ୍ଗପୁର ଓ କେନ୍ଦ୍ରାପଡ଼ାର ୬ଜଣ ଲେଖାଏ, ମୟୂରଭଞ୍ଜର ୪ଜଣ, କୋରାପୁଟର ୨ଜଣ, ଜଗତସିଂହପୁର, ଗଜପତି, ଢେଙ୍କାନାଳ, କଟକ, ଭଦ୍ରକ, ବରଗଡ଼ ଓ ଖୋର୍ଦ୍ଧାର ଜଣେ ଲେଖାଏ ମୃତ ଶ୍ରମିକଙ୍କୁ ନିଜ ଜନ୍ମ ମାଟିକୁ ଆଣି ଶବ ସତ୍କାର କରାଯାଇଛି। ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହି ସୂଚନା ଦେଇଛନ୍ତି। ଅପରପକ୍ଷେ ବାଲେଶ୍ବର, ଦେବଗଡ଼, ଝାରସୁଗୁଡ଼ା, ପୁରୀ, ସମ୍ବଲପୁରର କୌଣସି ଶ୍ରମିକଙ୍କର ଓଡ଼ିଶା ବାହାରେ ମୃତ୍ୟୁ ହୋଇଥିବା ଜଣାପଡ଼ିନଥିବାବେଳେ ସେମାନଙ୍କୁ ଅଣାଯାଇନଥିବା ନେଇ ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡ଼ିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।