ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଦେଶରୁ ଆସି ହିନ୍ଦୁ ପୁଅକୁ ବାହା ହୋଇ ସାଥୀରେ ନେଇଗଲେ: ଏବେ ଯୁବକଙ୍କ ପରିବାର ଲୋକଙ୍କୁ ପଠାଉଛନ୍ତି ରକ୍ତ ଭିଜା ଫଟୋ

ମୁରାଦାବାଦ: ଉତ୍ତରପ୍ରଦେଶର ମୁରାଦାବାଦରେ ସୀମା ହାଇଦରଙ୍କ ପରି ଏକ ମାମଲା ଦେଖିବାକୁ ମିଳିିଛି। ପବ୍‌ଜୀ ଖେଳୁ ଖେଳୁ ପ୍ରେମରେ ପଡ଼ି ସୀମା ଯେପରି ପାକିସ୍ତାନ ସୀମା ପାର୍‌ କରି ନିଜ ପ୍ରେମିକ ସଚିନଙ୍କୁ ଭେଟିବାକୁ ଭାରତ ଆସିଥିଲେ, ସେହିପରି ଫେସ୍‌ବୁକ୍‌ରୁ ପ୍ରେମରେ ପଡ଼ି ନିଜ ଦେଶ ବାଂଲାଦେଶ ଛାଡ଼ି ଆମ ଦେଶକୁ ତାଙ୍କ ପ୍ରେମୀ ଅଜୟଙ୍କୁ ଭେଟିବାକୁ ଆସିିଥିଲେ ଜୁଲି। ହେଲେ ଏବେ ଅଜୟଙ୍କୁ ତାଙ୍କ ସାଥୀରେ ନେଇ ଅତ୍ୟାଚାର କରୁଥିବା ଅଭିଯୋଗ ଆଣିଛନ୍ତି ଅଜୟଙ୍କ ପରିବାର ଲୋକ।

ଯୁବକଙ୍କ ମାଆ ସୁନିତାଙ୍କ କହିବାନୁସାରେ, ପ୍ରାୟ ୨-୩ ମାସ ଧରି ତାଙ୍କ ପୁଅ ବାଂଲାଦେଶୀ ଯୁବତୀ ଜୁଲିଙ୍କ ସହ ଚାଟିଂ କରୁଥିଲେ। ତାପରେ ଦିନେ ଜୁଲି ତାଙ୍କ ୧୧ ବର୍ଷର ଝିଅ ହଲିମାଙ୍କୁ ନେଇ ମୁରାଦାବାଦରେ ପହଞ୍ଚିଥିଲେ। ସେଠାରେ କିଛି ଦିନ ରହିବା ପରେ ମୁସ୍‌ଲମାନ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଆପଣେଇଥିଲେ। ସେଠାରେ ପୂରା ରୀତିନୀତି ଅନୁସାରେ ସେ ଅଜୟଙ୍କୁ ବିବାହ ବି କଲେ।

କିଛି ଦିନ ରହିବା ପରେ ଜୁଲି ତାଙ୍କ ଭିସା ସମୟ ବଢ଼ାଇବା ପାଇଁ ଘରୁ ବାହାରକୁ ବାହାରିଥିଲେ। ପୁଅ ଅଜୟ ବି ତାଙ୍କ ସହ ଯାଇଥିଲେ। ଯିବା ପରେ ଆଉ ଘରକୁ ଫେରିନଥିଲେ ସେ। ତାପରେ ଅଜୟଙ୍କ କଲ୍‌ ଆସିଥିଲା ଯେ ସେ ଭୁଲ୍‌ରେ ବାଂଲାଦେଶ ପଳାଇଛନ୍ତି। ତାହାର କିଛି ଦିନ ଛାଡ଼ି ଅଜୟ ଫୋନ୍‌ କରି ନିଜ ମାଆଙ୍କୁ ଟଙ୍କା ମାଗିଥିଲେ ଓ ତୁରନ୍ତ ଫୋନ୍‌ କଟି ଯାଇଥିଲା। କିଛି ସମୟ ଭିତରେ ସୁନିତାଙ୍କ ଫୋନ୍‌କୁ ଅଜୟଙ୍କର ଏକ ରକ୍ତ ଜୁଡୁବୁଡୁ ଫଟୋ ଆସିଥିଲା। ଯାହାକୁ ଦେଖି ପରିବାର ଲୋକ ଏବେ ପୂରା ଚିନ୍ତାରେ ପଡ଼ି ଯାଇ ପୁଲିସ୍‌ ଦୁଆରକୁ ଯାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ