ଅପରାଧ ରାଜ୍ୟ

ବିଡିଓଙ୍କ ଗାଡ଼ି ଧକ୍କାରେ ବ୍ୟବସାୟୀ ମୃତ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ମୋହନା ଠାରୁ ପାରଳାଖେମୁଣ୍ଡିକୁ ଆସୁଥିବା ମୋହନା ବିଡିଓଙ୍କ ଗାଡ଼ି ଧକ୍କାରେ ବ୍ୟବସାୟୀ ଟି.ପ୍ରଭାକର ରାଓ(୫୦)ଙ୍କ ମୃତ୍ୟୁ ହୋଇଯାଇଛି। ତେବେ, ଦୁର୍ଘଟଣା ପରେ ତାଙ୍କ ଉଦ୍ଧାର କରିବା ବଦଳରେ ଘଟଣାସ୍ଥଳରୁ ଛାଡ଼ି ପଳାଇଯିବା ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ପୁଲିସ ଗାଡ଼ିର ଡ୍ରାଇଭରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ସୂଚନା ଅନୁସା‌ରେ, ପାରଳାଖେମୁଣ୍ଡିସ୍ଥିତ ଯାଜପୁର ଗ୍ରାମ ନିକଟ ପୁଡୁଣୀ ଛକଠାରେ ମୃତ ପ୍ରଭାକର ନିଜ ଗ୍ରାମ ସାତମାଇଲରୁ ପାରଳାଖେମୁଣ୍ଡି ବ୍ୟାଙ୍କ କାମରେ ଆସୁଥିବା ବେଳେ ଅଚାନକ ବିଡିଓଙ୍କ ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ତେବେ, ଦୁର୍ଘଟଣା ପରେ ଗାଡ଼ିରେ ବସିଥିବା ଖୋଦ୍‌ ବିଡିଓ ତପସ୍ବିନୀ ହାଁସଦା ଘଟଣାସ୍ଥଳରେ ଗାଡ଼ି ରଖିନଥିଲେ। ତାଙ୍କ ଡ୍ରାଇଭର ବି ଚମ୍ପଟ ମାରିଥିଲେ। ଜଣେ ପ୍ରଶାସନିକ ଅଧିକା‌ରୀ ମାନବିକତା ଭୁଲିଯାଇ ଦୁର୍ଘଟଣାସ୍ଥଳରେ ଆହତଙ୍କୁ ଉଦ୍ଧାର କରିବା ବଦଳରେ ସ୍ଥାନ ଛାଡ଼ି ପଳାଇବାକୁ ସାଧାରଣରେ ନାପସନ୍ଦ କରାଯାଇଥିଲା। ଏପଟେ ଡ୍ରାଇଭର୍‌ ଗାଡ଼ିକୁ ନେଇ ସିଧା ଥାନାରେ ଆତ୍ମସମର୍ପଣ କରିଥିଲେ। । ଖବର ପାଇ ପାରଳାଖେମୁଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ବିଡିଓଙ୍କ ଡ୍ରାଇଭର୍‌ କାଳୁ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।