ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଡାନାସୀ ଥାନାରେ ଓଲିଉଡ୍‌ କଳି, ଅଭିନେତା ବୁଦ୍ଧାଦିତ୍ୟ-ପ୍ରୀତମ ମୁହାଁମୁହିଁ

କଟକ: ଓଲିଉଡର ଆଉ ଏକ ଚର୍ଚ୍ଚିତ କଳି ଥାନାରେ ପହଞ୍ଚିଛି। ଓଲିଉଡ୍ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ଓ ପ୍ରଯୋଜକ ପ୍ରୀତମ ସାହୁ ଗଲା ୬ ମାସ ହେବ ସୋସିଆଲ୍ ମିଡିଆରେ ମୁହାଁମୁହିଁ ହେଉଥିବା ବେଳେ ମାମଲା ଆଜି ବିଡାନାସୀ ଥାନାରେ ପହଞ୍ଚିଛି। ପୁଲିସ ଉଭୟ ପକ୍ଷଙ୍କୁ ଆପୋସ ସମାଧାନ ପାଇଁ କହୁଥିବା ବେଳେ ବୁଦ୍ଧାଦିତ୍ୟ ଆଜି ସାମ୍ବାଦିକ ସମ୍ମିଳନୀ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ବୁଦ୍ଧାଦିତ୍ୟଙ୍କ ଅଭିଯୋଗ ଅନୁଯାୟୀ ପ୍ରଯୋଜକ ପ୍ରୀତମ ସାହୁ ଗଲା ୭ ମାସ ହେବ ତାଙ୍କ ବିରୋଧରେ ଓ ତାଙ୍କ ମାଉସୀ ତଥା ବର୍ଷୀୟାନ ଅଭିନେତ୍ରୀ ମହେଶ୍ବତା ରାୟଙ୍କ ବିରୋଧରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଥିଲେ। ପ୍ରଯୋଜକ ଶ୍ରୀ ସାହୁ ସାମାଜିକ ଗଣମାଧ୍ୟମରେ ବୁଦ୍ଧାଦିତ୍ୟଙ୍କ ଅଭିନୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇ ଆସୁଛନ୍ତି। ସେ ଟେଲିସିନେମା ଓ ସିରିଏଲର କରୁଥିବା ବେଳେ ଗୁଣାତ୍ମକ ସିନେମାରେ କୌଣସି ଦଖଲ ନଥିବା କହି ଶ୍ରୀ ସାହୁ ସୋସିଆଲ୍ ମିଡିଆଲେ ସମାଲୋଚନା କରିଛନ୍ତି। ବୁଦ୍ଧାଦିତ୍ୟଙ୍କୁ କାମ ମିଳୁନଥିବା ନେଇ ପ୍ରଯୋଜକ ଶ୍ରୀ ସାହୁ ମଧ୍ୟ ଅପପ୍ରଚାର ଚଳାଇଛନ୍ତି।

ଓଡ଼ିଆ ସିନେମା ‘ପ୍ରଥା’କୁ ବିଭିନ୍ନ ସିନେମା ହଲରେ ଯେତେବେଳେ ବିରୋଧ କରାଯାଇଥିଲା ଏବଂ ପୋଷ୍ଟର ଚିରା ଯାଉଥିଲା, ଏହି ସମୟରେ ସିନେମାର ପ୍ରଯୋଜକ ସନଲିସା ପଟେଲଙ୍କ ସମର୍ଥନରେ ବାହାରିଥିଲେ ବୁଦ୍ଧାଦିତ୍ୟ। ୨୦୨୩ ନଭେମ୍ବର ୨୩ରେ ବୁଦ୍ଧାଦିତ୍ୟ ଭୁବନେଶ୍ବରରରେ ସନଲିସାଙ୍କ ସମର୍ଥନରେ ବାହାରି ଧାରଣାରେ ବସିଥିଲେ। ମୁଖ୍ୟତଃ ସନଲିସାଙ୍କ ସମର୍ଥନରେ ବାହାରିବା ପରଠାରୁ ପ୍ରଯୋଜକ ପ୍ରୀତମ ତାଙ୍କୁ ଟାର୍ଗେଟ୍ କରିଆସୁଥିବା କୁହାଯାଉଛି। ଇନଷ୍ଟାଗ୍ରାମ ଓ ଓଲିଉଡ୍ ପେଜ୍ ୩ ନାଁରେ ଥିବା ହ୍ବାଟସଆପ୍ ଗ୍ରୁପରେ ତାଙ୍କୁ ଟାର୍ଗେଟ୍ କରାଯାଉଛି। ଏହି ଘଟଣାକୁ ନେଇ ବୁଦ୍ଧାଦିତ୍ୟ ଗଲା ୧୫ ଦିନ ତଳେ ବିଡ଼ାନାସୀ ଥାନାରେ ଫେରାଦ ହୋଇଥିଲେ। ପୁଣି ଗଲାକାଲି ଏ ସଂକ୍ରାନ୍ତରେ ବିଡ଼ାନାସୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅନ୍ୟପଟେ ବିଡ଼ାନାସୀ ଥାନା ଆଇଆଇସି ଯୁବରାଜ ସ୍ବାଇଁଙ୍କ କହିବା ଅନୁଯାୟୀ, ବୁଦ୍ଧାଦିତ୍ୟଙ୍କୁ ଜଣେ ପ୍ରଯୋଜକ ସାମାଜିକ ଗଣମାଧ୍ୟମରେ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଥିଲା। ପ୍ରଯୋଜକ ପ୍ରୀତମଙ୍କୁ ପୁଲିସ ଥାନାକୁ ଡାକିଥିଲା। ଥାନାରେ ଏହି ଘଟଣାର ଆପୋସ ସମାଧାନ ହୋଇଛି। ଭବିଷ୍ୟତରେ ପ୍ରୀତମ ଏଭଳି ସାମାଜିକ ଗଣମାଧ୍ୟମରେ ଲେଖିବେ ନାହିଁ ବୋଲି ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ସ୍ବାଇଁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।