ଖେଳ ରାଜ୍ୟ

ବିଜୟ ହଜାରେ ଟ୍ରଫି: ଶୁଭ୍ରା˚ଶୁଙ୍କ ଶତକ, ଓଡ଼ିଶାର ବିଜୟ ଅଭିଯାନ

କଟକ: ଶୁଭ୍ରା˚ଶୁ ସେନାପତିଙ୍କ ଶତକ ଓ ସନ୍ଦୀପ ପଟ୍ଟନାୟକଙ୍କ ଅର୍ଦ୍ଧଶତକୀୟ ପାଳି ଏବ˚ ବାମହାତୀ ସ୍ପିନର ଜୟନ୍ତ ବେହେରାଙ୍କ ୪ ଵିକେଟ‌୍ ବଳରେ ମୁମ୍ବାଇରେ ଆରମ୍ଭ ହୋଇଥିବା ବିଜୟ ହଜାରେ ଟ୍ରଫିର ଏଲିଟ୍‌ ଗ୍ରୁପ୍‌ ଏ’ରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ଆନ୍ଧ୍ରପ୍ରଦେଶ ବିପକ୍ଷ ଏହି ମ୍ୟାଚ୍‌ରେ ଓଡ଼ିଶା ୬୩ ରନ୍‌ରେ ବିଜୟୀ ହୋଇଛି।

ଟସ୍‌ ହାରି ବ୍ୟାଟିଂ ପାଇଥିବା ଓଡ଼ିଶା ୫ ଵିକେଟ୍‌ ବିନିମୟରେ ୨୭୮ ରନ୍‌ କରିଥିଲା। ଅନୁରାଗ ଷଡ଼ଙ୍ଗୀ (୫)ଙ୍କ ସଅଳ ଆଉଟ ଯୋଗୁଁ ଓଡ଼ିଶାକୁ ପ୍ରାରମ୍ଭିକ ଝଟ୍‌କା ମିଳିଥିଲା। ତଥାପି ସନ୍ଦୀପ ପଟ୍ଟନାୟକ ଓ ଶୁଭ୍ରା˚ଶୁ ସେନାପତି ଦ୍ବିତୀୟ ଵିକେଟ୍‌ରେ ୯୨ ରନ୍‌ ଯୋଡ଼ି ଦୃଢ଼ ମୂଳଦୁଆ ପକାଇପାରିଥିଲା। ଦଳୀୟ ସ୍କୋର ୧୧୫ ରନ୍‌ ବେଳେ ସନ୍ଦୀପ (୫୭ ରନ୍‌) ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ତେବେ ଶୁଭ୍ରା˚ଶୁଙ୍କ ସହ ଗୋବିନ୍ଦ ପୋଦ୍ଦାର ସାଥି ହୋଇ ରନ୍‌ ଗତି ବଢାଇଥିଲେ।

ଏଥିମଧ୍ୟରେ ଶୁଭ୍ରା˚ଶୁ ଲିଷ୍ଟ ଏ’ର ଦ୍ବିତୀୟ ଶତକ ଅର୍ଜନ କରିଥିଲେ। ଶୁଭ୍ରା˚ଶୁଙ୍କ ସହ ୧୨୪ ରନ୍‌ ଯୋଡ଼ିବା ପରେ ଗୋବିନ୍ଦ (୪୬) ଆଉଟ ହୋଇଥିଲେ। ପରବର୍ତ୍ତୀ ଓଭରରେ ଶୁଭ୍ରା˚ଶୁ ମଧ୍ୟ ନିଜ ଵିକେଟ ହରାଇଥିଲେ। ଆଉଟ ହେବା ବେଳକୁ ଶୁଭ୍ରା˚ଶୁ ୧୨୦ ବଲ୍‌ରୁ ୮ ଚୌକା, ୨ ଛକା ସହାୟତାରେ ୧୧୬ ରନ୍‌ କରିଥିଲେ। ରାଜେଶ ଧୂପର ୨୮* ରନ୍‌ କରି ଅପରାଜିତ ରହିଥିଲେ। ଆନ୍ଧ୍ରପ୍ରଦେଶରସଫଳ ବୋଲର ଭାବେ ଏମ ହରିଶଙ୍କର ରେଡ଼ି ୨ ଵିକେଟ ନେଇଥିଲେ।

ଜବାବରେ ଆନ୍ଧ୍ର ପ୍ରାରମ୍ଭିକ ବିଫଳତାର ସାମ୍ନା କରିଥିଲା। ପ୍ରଥମ ଓଭରରେ ଦେବବ୍ରତ ପ୍ରଧାନ ଓ ଦ୍ବିତୀୟ ଓଭରରେ ରାଜେଶ ମହାନ୍ତି ଆନ୍ଧ୍ରର ଓପ୍‌ନର ସି.ଗଣେଶ୍ବର ଓ ଅଶ୍ବିନ ହେବରଙ୍କୁ ଖାତା ଖୋଲିବା ପୂର୍ବରୁ ଆଉଟ କରିବାରେ ସଫଳ ହୋଇଥିଲେ। ଅଧିନାୟକ ଶିଖର ଭରତ (୧୪)ଙ୍କୁ ବୋଲ୍ଡ କରି ଦେବବ୍ରତ ଦଳକୁ ତୃତୀୟ ସଫଳତା ଦେଇଥିଲେ। ରିକି ଭୁଇ (୭୪) ଓ ମନୀଷ ଗୋଲାମରୁ (୪୮)ଙ୍କୁ ଛାଡ଼ିଦେଲେ ଆନ୍ତର୍ଜାତିିକ ଖେଳାଳି ଅମ୍ବାତି ରାୟୁଡ଼ୁ (୧୨), ପିନିତି ତପସ୍ବୀ (୧୬), କେ.ଭି. ଶଶୀକାନ୍ତ (୧୫) ଓଡ଼ିଶା ବୋଲରଙ୍କ ସାମ୍ନା କରିପାରିନଥିଲେ।

୪୬.୩ ଓଭରରେ ଆନ୍ଧ୍ରପ୍ରଦେଶ ୨୧୫ ରନ୍‌ କରି ସମସ୍ତ ଵିକେଟ ହରାଇଥିଲା। ବରିଷ୍ଠ ସ୍ପିନର ଜୟନ୍ତ ବେହେରା ୧୦ ଓଭରରେ ୨୪ ରନ୍‌ ବ୍ୟୟ କରି ୪ ଵିକେଟ ଅକ୍ତିଆର କରିଥିଲେ। ଦେବବ୍ରତ ପ୍ରଧାନ ୨, ରାଜେଶ ମହାନ୍ତି, ସୁନୀଲ କୁମାର ରାଉଳ, ଅଭିଷେକ ରାଉତ, ଗୋବିନ୍ଦ ପୋଦ୍ଦାର ପ୍ରତ୍ୟେକ ୧ ଵିକେଟ ଲେଖାଏଁ ନେଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଗୁରୁବାର ଗୁଜରାଟ ବିପକ୍ଷରେ ଖେଳିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ