କଳା ଓ ସଂସ୍କୃତି ଧର୍ମ

ବିଜୟା ଦଶମୀରେ ଲାଖ ବିନ୍ଧିବେ ଶ୍ରୀଲିଙ୍ଗରାଜ

ପୁରୁଣା ଭୁବନେଶ୍ୱର : ମହାମାରୀ କରୋନା ପାଇଁ ଜାରି ରହିଥିବା କିଛି କଟକଣା ପାଇଁ ଚଳିତ ବର୍ଷ ଦଶହରାରେ ରାବଣ ଦହନ କାର୍ଯ୍ୟକ୍ରମ ବନ୍ଦ କରାଯାଇଛି। କଟକଣାରେ ଚାଲିଛି ମା’ଙ୍କ ପୂଜା। ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ମା’ଙ୍କ ଦର୍ଶନ ମନା। କିନ୍ତୁ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରାଚୀନ ତଥା ପରମ୍ପରା ଲାଖବିନ୍ଧା ବନ୍ଦ ହେବ ନାହିଁ। ପରମ୍ପରା ଅନୁସାରେ ଚଳିତ ବର୍ଷ ମହାପ୍ରଭୁ ଶ୍ରୀଲିଙ୍ଗରାଜ ଦଶହରା ବିଜୟ ଦଶମୀରେ ରାବଣକୁ ବଧ କରିବା ପାଇଁ ତୀର ମାରିବେ। ପୂର୍ବ ଭଳି ଏହି ବିଧି ଏକାମ୍ର କ୍ଷେତ୍ରର ଲାଖବିନ୍ଧା ପଡ଼ିଆରେ ଯାଥାରୀତି ଅନୁଷ୍ଠିତ ହେବ।
ସୂଚନାନୁସାରେ ମହାପ୍ରଭୁ ବିଜୟ ଦଶମୀ ଦିନ ସନ୍ଧ୍ୟାରେ ସେବାୟତଙ୍କ ଗହଣରେ ଗ୍ୟାରେଜ୍‌ ଛକ ନିକଟ ଲାଖ ବିନ୍ଧା ପଡ଼ିଆକୁ ସୁସଜ୍ଜିତ ବିମାନ ଯୋଗେ ଯାତ୍ରା କରିବେ। ସେଠାରେ ରୀତିନୀତି ଅନୁସାରେ ପୂଜା ସମ୍ପନ୍ନ ହେବା ପରେ ପରମ୍ପରା ଅନୁଯାୟୀ ରାବଣର ଏକ ପଟ୍ଟଚିତ୍ରକୁ ଲାଖ ବିନ୍ଧା ଯିବ। ସେବାୟତମାନେ ମହାପ୍ରଭୁଙ୍କ ପ୍ରତିନିଧିଭାବେ ତୀର ମାରିବେ। ଏହା ପରେ ରାବଣ ଦହନ ହେବ ଓ ପରେ ପରେ ମହାପ୍ରଭୁ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଆବାହମାନ କାଳରୁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏହି ପରମ୍ପରା ଚାଲି ଆସୁଛି। ପ୍ରତିବର୍ଷ ଶ୍ରଦ୍ଧାଳୁମାନଙ୍କ ଉପସ୍ଥିତିରେ ହରିବୋଲ ହୁଳହୁଳି ଶବ୍ଦ ମଧ୍ୟରେ ଏହି ପରମ୍ପରା ପାଳିତ ହୁଏ। କିନ୍ତୁ ଚଳିତ ବର୍ଷ ଶ୍ରଦ୍ଧାଳୁମାନେ ଏହା ଦର୍ଶନ କରିବାରୁ ବଞ୍ଚିତ ହେବେ। କେବଳ ପାଳିଆ ସେବାୟତମାନେ ସେଠାକୁ ଯାଇ ପାରି‌ବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ