ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଜେବି ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣା : ଦୋଷୀକୁ କଠୋର ଦଣ୍ଡ ସହ ସମ୍ପୃକ୍ତ ୩ ଛାତ୍ରୀଙ୍କୁ ଗିରଫ କରିବାକୁ ଦାବି

ଆଠଗଡ଼ ୫।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୈତୃକ ଗ୍ରାମ କଖଡିରେ ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ କଖଡି ମହାନଦୀ ଡ଼ିଗ୍ରୀ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ସ୍ଥାନୀୟ କଲ୍ୟାଣ ମଣ୍ଡପଠାରେ ସାମ୍ବାଦିକ ସମ୍ମିଳନୀ । କଖଡି ଗ୍ରାମର ପ୍ରତିଭାବାନ ଛାତ୍ରୀ ରୁଚିକା ମହାନ୍ତି ଆଜିକୁ ୩ ଦିନ ହେଲା ରାଗିଂର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ସେ ତାଙ୍କ ବାପା-ମା’ଙ୍କର ସ୍ବପ୍ନକୁ ସାକାର କରିବା ସହ ଆଇଏଏସ ହେବାକୁ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ତାଙ୍କ ସ୍ବପ୍ନ ଅଧୁରା ରହିଯାଇଛି ।

ବିଜେବି କଲେଜର ୩ ଜଣ ଛାତ୍ରୀଙ୍କ ରାଗିଂ ପାଇଁ ସେ ଆତ୍ମହତ୍ୟା କରିଥିବା ସେ ସୁଇସାଇଡିଆଲ୍ ନୋଟରେ ଲେଖିଛନ୍ତି । ଏହି ଘଟଣାର ନିରପେକ୍ଷ ତଥା ଯଥା ଶୀଘ୍ର ତଦନ୍ତ କରାଯାଇ ଦୋଷୀମାନଙ୍କୁ କଠିନରୁ କଠିନ ଦଣ୍ଡ ବିଧାନ କରିବା ଏବଂ ଏହି ଘଟଣାରେ ସମ୍ପୃକ୍ତ ଥିବା ତିନି ଛାତ୍ରୀଙ୍କୁ ଗିରଫ କରି ତାଙ୍କ ବିରୋଧରେ କଠୋର ଦଣ୍ଡ ବିଧାନ ପାଇଁ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଦେଶ୍ୟରେ ପ୍ରେସ୍ ଇସ୍ତାହାର ପ୍ରଦାନ କରାଯାଇଛି ।

ଆଗାମୀ ଦିନରେ ଏଭଳି କାର୍ଯ୍ୟ ପାଇଁ ରାଜ୍ୟ ସରକାର ଦୃଷ୍ଟି ଦେବା ସହିତ ନୂତନ ରୁଚିକା ଜନ୍ମ ନହେଉ ବୋଲି ଦାବି କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଥିବା ସମସ୍ତ ଦୋଷୀମାନଙ୍କୁ ତଦନ୍ତ ପରିସର ଭୁକ୍ତ କରିବା ସହ ଦୋଷୀମାନଙ୍କୁ କଠୋରରୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି