ଅପରାଧ ରାଜ୍ୟ

ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା, ହଷ୍ଟେଲ୍‌ ଛାଡିଲେ ୬ ଛାତ୍ରୀ

ଭୁବନେଶ୍ୱର ୦୩।୦୭ : ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ପୋଲିସ ତନାଘନା। ରୁଚିକାଙ୍କ ଆତ୍ମହତ୍ୟା ପରେ ୬ ଜଣ ଛାତ୍ରୀ ହଷ୍ଟେଲ ଛାଡ଼ି ଚାଲିଯିବା ଘଟଣାରେ ପୋଲିସ ତନାଘନା ଆରମ୍ଭ କରିଛି।

ସେହିପରି କାରୁବାକି ହଷ୍ଟେଲ୍ ୱାର୍ଡେନ୍ ଓ ସୁପରିଟେଣ୍ଡେଣ୍ଟଙ୍କୁ ପଚରାଉଚରା କରାଯାଉଛି। କମିଶନରେଟ୍ ପୋଲିସ ଜୋନ୍ -୪ ACP ଓ ବଡ଼ଗଡ଼ ଥାନା ଅଧିକାରୀ ପଚରାଉଚରା କରୁଛନ୍ତି। ହଷ୍ଟେଲ ରେଜିଷ୍ଟର୍ ଚେକ୍ କରିଛି ପୋଲିସ। ରୁଚିକାଙ୍କ ବାପା କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଅଭିଯୋଗ ଆଣିଛନ୍ତି। ଆତ୍ମହତ୍ୟା ପଛରେ ରାଗିଂ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ୍ୟୁ ପୂର୍ବରୁ ରୁଚିକାଙ୍କ ସୁଇସାଇଡ୍ ନୋଟ୍ ସାମ୍ନାକୁ ଆସିଛି। ୩ ଜଣ ସିନିୟର ଛାତ୍ରୀ ତାଙ୍କୁ ରାଗ ରଖି ମାନସିକ ନିର୍ଯାତନା ଦେଉଥିଲେ ବୋଲି ରୁଚିକା ଚିଠିରେ ଲେଖିଛନ୍ତି। ହଷ୍ଟେଲ ଛାଡ଼ି ଚାଲିଯାଇଥିବା ୬ ଜଣ ଛାତ୍ରୀଙ୍କ ମଧ୍ୟରେ ଏହି ୩ ଜଣ ଛାତ୍ରୀ ଅଛନ୍ତି କି ? ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।