ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେପି ପକ୍ଷରୁ ୧୨ ଘଣ୍ଟିଆ ଭୁବନ ବନ୍ଦ: ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଦାବି

ଭୁବନ: ବାର ଦଫା ଦାବିରେ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କାମାକ୍ଷାନଗର ବିଜେପି। ବନ୍ଦର ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଥିବା ଜଣାଯାଇଛି। ପାନୀୟ ଜଳ, ରାସ୍ତା ସହ ଡାକ୍ତର ଓ ଶିକ୍ଷକ ନିଯୁକ୍ତି ଆଦି ସମେତ ୧୨ଟି ଦାବିରେ ବନ୍ଦ ପାଳନ କରାଯାଉଛି।
ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଏହି ବନ୍ଦ ପାଳିତ ହେଉଛି। ଆଜି ଭୁବନରେ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସବୁ ବନ୍ଦ ରହିଛି। ଭୁବନରୁ କଟକ, ଢେଙ୍କାନାଳ ଏବଂ ଯାଜପୁର-ଅନୁଗୁଳକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ତେବେ ଜରୁରୀ ସେବାକୁ ବନ୍ଦରୁ ବାଦ ଦିଆଯାଇଛି। ସହରର ବିଭିନ୍ନ ସ୍ଥାନରେ ପିକେଟିଂ ଓ ଧାରଣା ଜାରି ରହିଛି। ଗତ ନିର୍ବାଚନରେ କାମାକ୍ଷାନଗର ବିଜେପି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନ ଜେନା, ନଗର ସଭାପତି ଭବାନୀଶଙ୍କର ବେହେରା, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ଜେନା, ନିର୍ବାଚନ ମଣ୍ଡଳର ସଂଯୋଜକ ଜଗବନ୍ଧୁ ପୃଷ୍ଟି ଏବଂ ଭୁବନ ଏନଏସିର ୭ ଜଣ ବିଜେପି କାଉନସିଲର୍ ଏହି ବନ୍ଦ ପାଳନର ନେତୃତ୍ବ ଦନଇଛନ୍ତି।


ଏନେଇ ଗତ ନିର୍ବାଚନରେ କାମାକ୍ଷାନଗର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ଶତ୍ରୁଘ୍ନନ ଜେନା କହିଛନ୍ତି, ଭୁବନର ବିକାଶ ନାଁ ରେ କେବଳ ଶାସକଗୋଷ୍ଠୀ ତଥା ତାଙ୍କର କର୍ମୀମାନେ ଉପକୃତ ହେଇଛନ୍ତିI ଏଠାରେ ଠିକାଦାର ପୋଷଣ ଚାଲିଛି। ଜଣେ ସାଧାରଣ ନାଗରିକ କଣ ପାଇଛି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ବିଧାୟକ ପ୍ରାଥୀ ଶତ୍ରୁଘନ ଜେନା। ପାନୀୟ ଜଳ ସଠିକି ସମୟରେ ଦିଆଯାଉନାହିଁ। ଡାକ୍ତରଖାନାରେ ଆଠ ଡାକ୍ତରଙ୍କ ସ୍ଥାନରେ ମାତ୍ର ପାଞ୍ଚଜଣ ଅଛନ୍ତି। ପ୍ରତିଦିନ ଜଣେ କିମ୍ବା ଦୁଇଜଣ ପାଳି କରି ଆସୁଛନ୍ତି। ପାଥୋଲାବରେ ୩ ଜଣ ଟେକ୍ନିକାଲ ଅଧିକାରୀଙ୍କ ବଦଳରେ ଜଣେ ସେ ପୁଣି କାମାକ୍ଷାନଗର ମଠକାରଗୋଳାରେ ଡିଉଟିରେ ଥିବାରୁ କିଛି ବି ଟେଷ୍ଟ ହେଇ ପାରୁ ନାହିଁ। ମେଡିସିନ ସବୁ ଠିକରେ ମିଳୁନାହିଁ। ଏପରିକି ସାଲାଇନ ପାଇପ ବାହାରୁ କିଣିବାକୁ ପଡୁଛି। ଭୁବନ ହାଇସ୍କୁଲରେ ଏନସିସି ଶିକ୍ଷକ ନିଯୁକ୍ତି ହୋଇପାରିଲା ନାହିଁ। ପୁରୁଣା ଥାନାରେ ଯଦି ଆହାର କେନ୍ଦ୍ର ହେଇ ପାରିଲା ତେବେ ପାରିବା ମାର୍କେଟ କାହିଁ ହେବ ନାହିଁ? ବୋଲି ସେ ପ୍ରଶ୍ନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।