ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଜେପି ଆଡ଼କୁ ଢଳୁଛି ଜେଡିଏସ୍‌, ୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟ କରିପାରେ

ନୂଆଦିଲ୍ଲୀ : ଗତ ମାସରେ ସରିଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜେଡିଏସ୍‌ (ଜନତା ଦଳ ସେକ୍ୟୁଲାର) ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ତେବେ ଭବିଷ୍ୟତ ପାଇଁ ନୂଆ ରଣନୀତିରେ ବଢ଼ୁଥିବା ଜେଡିଏସ୍‌ ଏବେ ବିଜେପି ଆଡ଼କୁ ଢଳିବା ଆରମ୍ଭ କରିଛି । ୨୦୨୪ ଲୋକସଭା ନିର୍ବାଚନରେ ଜେଡିଏସ୍‌ ବିଜେପି ସହ ମେଣ୍ଟ କରିପାରେ। ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ମୋଟ୍‌ ୨୮ଟି ଲୋକସଭା ଆସନରୁ ଜେଡିଏସ୍‌ ମାତ୍ର ଗୋଟିଏ ଆସନରେ ଜିତିଥିଲା। ‌ତେବେ ଗତ ବିଧାନସଭା ନିର୍ବାଚନ ପରିଣାମ ଆସିବାପରେ ‌ଜେଡିଏସ୍‌ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ସହ ହାତ ମିଳାଇବାକୁ ପ୍ରୟାସ କରୁଛି। ଜେଡିଏସ୍‌ ପୂର୍ବରୁ ବିଜେପି ସହ ମେଣ୍ଟ କରିଥିଲା। ‌ଜେଡିଏସ୍‌ ସୁପ୍ରିମୋ ଏଚ୍‌ଡି ଦେବଗୌଡ଼ା ଏବଂ ତାଙ୍କ ପୁଅ ଏଚ୍‌ଡି କୁମାରସ୍ବାମୀ ବିଜେପି ସହ ମେଣ୍ଟ କରି କଂଗ୍ରେସକୁ ହରାଇବାକୁ ଚାହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଜେପି ଏବଂ ଜେଡିଏସ୍‌ ୨୦୦୬ରେ କର୍ଣ୍ଣାଟକରେ ଏକ ମେଣ୍ଟ ସରକାର ଗଠନ କରିଥିଲେ। ଏହି ସମୟରେ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବିଏସ୍‌ ୟେଦୁରପ୍ପା ତାଙ୍କ ଉପମୁଖ୍ୟମନ୍ତ୍ରୀ ଥିଲେ। ୨୦ ମାସର କ୍ଷମତା ବଣ୍ଟନର ଫର୍ମୁଲା ହୋଇଥିଲା। କିନ୍ତୁ ଜେଡିଏସ୍‌ ବିଜେପିକୁ କ୍ଷମତା‌ ହନ୍ତାନ୍ତର ନକରିବାରୁ ଏହି ମେଣ୍ଟ ବେଶୀଦିନ ତିଷ୍ଠିଲାନି। ତେବେ ଜେଡିଏସ୍‌ ବିଜେପି ଆଡ଼କୁ ଢଳୁଛି ବୋଲି ବିଭିନ୍ନ ସଙ୍କେତ ମିଳିସାରିଛି। ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପରେ ସବୁ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିଲେ। କିନ୍ତୁ ଜେଡିଏସ୍‌ ସୁପ୍ରିମୋ ଦେବଗୌଡ଼ା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲେ। ଦେବଗୌଡ଼ା କହିଛନ୍ତି, ରେଳ ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ଅକ୍ଳାନ୍ତ ଭାବେ କାମ କରି ଚାଲିଛନ୍ତି। ଏବେ ତଦନ୍ତ ସରିବାକୁ ଦିଅ। ମନ୍ତ୍ରୀ ତାଙ୍କ କାମ ଠିକ୍‌ କରୁଛନ୍ତି। ଏହି ସମୟ‌ରେ ତାଙ୍କର ଇସ୍ତଫା ଦାବି କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ।

ନିକଟରେ ନୂଆ‌ ସଂସଦ ଭବନ ଉଦ୍‌ଘାଟନକୁ ୨୦ଟି ବିରୋଧୀ ଦଳ ବର୍ଜନ କରିଥିବା ବେଳେ ଜେଡିଏସ୍‌ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା। ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅଣ ବିଜେପି ଦଳଗୁଡ଼ିକୁ ଏକଜୁଟ କରିବାପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାକୁ କଟାକ୍ଷ କରି ଦେବଗୌଡ଼ା କହିଥିଲେ, ମୁଁ ଦେଶର ରାଜନୀତିକୁ ଭଲଭାବେ ଅନୁଶୀଳନ କରିଛି। ଦେଶରେ ମତେ ଗୋଟିଏ ବି ଦଳ ଦେଖା‌ଅ ଯାହା ବିଜେପି ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଜଡ଼ିତ ନଥିବ। ସେହିପରି ବିରୋଧୀ ମେଣ୍ଟରେ ଜେଡିଏସ୍‌ ସାମିଲ ହେବ କି ନା’ ସେନେଇ ଦେବଗୌଡ଼ା କୌଣସି ସ୍ପଷ୍ଟ ଟିପ୍ପଣୀ ରଖିନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ